jayashree

ଡେଲାଙ୍ଗରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଆଭା ଅନୁଷ୍ଠାନ, ଡାଁପୁର ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ପୁରୀ ଜିଲ୍ଲା ଏବଂ ଡେଲାଙ୍ଗ ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର – ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଡେଲାଙ୍ଗ ବ୍ଲକ ଅଧକ୍ଷା ବାସନ୍ତୀ ସାହୁ, ସରପଞ୍ଚ ଦୀପକ କୁମାର ସାହୁ, ସରପଞ୍ଚ ଗୋବର୍ଦ୍ଧନ ସେଠି,ଏସ. ଏସ.ଏସ.ଓ ଅନିତା ପଟ୍ଟନାୟକ ଓ ବି.ଏସ.ଏସ.ଓ ତପନ ଚନ୍ଦ୍ର ଦାଶ ପ୍ରମୁଖଙ୍କ ସମେତ ଆଭାର ମୁଖ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ଶିବିରରେ ଅସ୍ଥିଶଲ୍ୟ ବିଭାଗର ଡକ୍ଟର ପ୍ରିୟ ରଞ୍ଜନ ଆଚାର୍ଯ୍ୟ, ଡକ୍ଟର ସୁଶୀଲ କୁମାର ନାୟକ, ମାନସିକ ବିଭାଗର ଡକ୍ଟର ଅଶିତି କୁମାର ମହାନ୍ତି, ଚକ୍ଷୁ ବିଭାଗର ଡକ୍ଟର ଜ୍ୟୋତ୍ସ୍ନାରାଣୀ ତ୍ରିପାଠୀ ଓ କର୍ଣ୍ଣ ନାସା ଗଳା ବିଭାଗର ଡକ୍ଟର ରବୀନ୍ଦ୍ର କୁମାର ଘଡେଇ ଏବଂ ଭେଷଜ ବିଭାଗର ଡକ୍ଟର ଶାନ୍ତନୁ କୁମାର ଜେନା ପ୍ରମୁଖ ଡ଼ାକ୍ତରମାନେ ଶିବିରରେ ଯୋଗ ଦେଇଥିଲେ । ୩୧୭ଜଣ ହିତାଧିକାରୀ ଅନଲାଇନ ମାଧ୍ୟମରେ ଆବେଦନ କରି ପ୍ରମାଣ ପତ୍ର ପାଇଁ ଏହି ଶିବିରରେ ନାମ ପଞ୍ଜୀକରଣ କରିଥିଲେ । ଅସ୍ଥିଶଲ୍ୟ ୧୫୬ଜଣ, ଚକ୍ଷୁ – ୩୩ଜଣ, ମାନସିକ ଅନଗ୍ରସର – ୫୧ଜଣ ,କର୍ଣ୍ଣ ନାଷା ଗଳା – ୫୪ଜଣ, ଭେଷଜ -୨୩ଜଣ ବିଭିନ୍ନ ବିଭାଗର ମୋଟ ୩୧୭ ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା । ଏଥିରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.