ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଟିଟିଲାଗଡ଼ ରେଳ ଓଭର ବ୍ରିଜକୁ ଉଦ୍ଘାଟନ କରିଥିଲେ । ଏହି ଉଦ୍ଘାଟନ ସମାରୋହରେ ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓ, ଟିଟିଲାଗଡ଼ର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ପୂର୍ବତନ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସ ମାଧ୍ୟମରେ ବହୁ ପ୍ରତିକ୍ଷୀତ ଟିଟିଲାଗଡ଼ର ରେଳ ଓଭର ବ୍ରିଜ ଉଦ୍ଘାଟିତ ହୋଇଥିଲା । ସେହି ଦିନଠାରୁ ଟିଟିଲାଗଡ଼ ସହରବାସୀଙ୍କ ଦୁଃଖ ଦୂର ହୋଇ ଯାତାୟାତ କରିବାରେ ବହୁତ ସହଜ ହୋଇଥିଲା । ଦିନ ପରେ ମାସ, ମାସ ପରେ ବର୍ଷ ବିତି ଯାଇଥିଲେ ହେଁ ଯାନବାହାନ ଏବଂ ଲୋକେ ଯିବା ଆସିବା କରିବା ଫଳରେ ସିମେଣ୍ଟ କଂକ୍ରିଟ ହଟି ରାସ୍ତା ଉପରୁ ଲୁହା ଛଡ ଦିଶିଲାଣି, ଲୁହା ଛଡ଼ ଦିଶି ରାସ୍ତା ଆଁ କରିଛି, କାହାର ବି ଯଦି ସେ ଖାଲ ଭିତରେ ଛୋଟ ଗାଡ଼ିର ଚକ ପଡ଼ିଯିବ ତାହେଲେ ଚକ ଫାଟିବା ସୁନିଶ୍ଚିତ । ଏଣୁ ଏହି ରାସ୍ତା ଦେଇ ଯାଉଥିବା ପଦାଧିକାରୀ, ନେତା ମନ୍ତ୍ରୀଙ୍କୁ କିଛି ଦିଶୁ ନଥିବା ବେଳେ ଯଦି ଦୁର୍ଘଟଣା ଘଟି କାହାର ଜୀବନ ଯାଏ କି କିଛି ଅଘଟଣ ଘଟିଯାଏ ତା’ହେଲେ ତାହାର ଭରଣ ପୋଷଣ କିଏ କରିବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । କିଛି ମାସ ପୂର୍ବେ ଆମେ ଖବର ପରିବେଷଣ କରିବା ପରେ କିଛି ଗାତ ପୋତା ଯାଇଥିଲା ଏବେ ଅନ୍ୟ ଜାଗାରେ ମଧ୍ୟ ଗାତ ହୋଇ ଲୁହା ଛଡ଼ ଦିଶିଲାଣି । ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧି ଏ ଦିଗରେ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରି ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ।
Next Post