ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ଚୟନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଅନୂକୁଳ୍ୟରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ଚୟନ ଉପଲକ୍ଷେ ଅୟୋଜିତ କାର୍ୟ୍ୟକ୍ରମରେ ବଛା ଯାଇଥିବା ୭ଜଣ ଚାଷୀମାନଙ୍କ ଦ୍ୱାରା ନିଜସ୍ୱ ଅଭିଜ୍ଞତା ଓ ଜ୍ଞାନ କୈାଶଳ ପ୍ରୟୋଗ ଦ୍ୱାରା ନିର୍ମିତ ଅଭିନବ କୃଷି ଯନ୍ତ୍ରପାତିଗୁଡିକୁ ଲର୍କୀପାଲି ସରକାରୀ କୃଷି ଫାର୍ମ ବଲାଙ୍ଗିର ଠାରେ ଜିଲ୍ଲାସ୍ତରୀୟ ବିଚାରକ ମଣ୍ଡଳୀ ଉପସ୍ଥିତିରେ ପ୍ରଦର୍ଶକ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ୍‌ ରାଣା ମୁଖ୍ୟ ଅତିଥି ରୂପେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ କାର୍ୟ୍ୟକ୍ରମ ଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଶୋକ ମହାନ୍ତି ଓ ଜିଲ୍ଲା କୃଷି ନିର୍ବାହୀ ଯନ୍ତ୍ରୀ ଚୈାଧୁରୀ ଦେବବ୍ରତ ଦାଶ, ଏହି କାର୍ୟ୍ୟକ୍ରମର ଗୁରୁତ୍ୱ ଉପରେ ଚାଷୀ ମାନଙ୍କୁ ଅଲୋକପାତ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ବିଭାଗର ଅନ୍ୟାନ୍ୟ ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈାଜ୍ଞାନିକ ଓ ମୁଖ୍ୟ ଜିଲ୍ଲାର ସମସ୍ତ ସହକାରୀ କୃଷି ନିର୍ବାହୀ ଯନ୍ତ୍ରୀ, ସହକାରୀ କୃଷିଯନ୍ତ୍ରୀ ଏବଂ ଅନ୍ୟ ବିଭାଗର ଜିଲ୍ଲାସ୍ତରୀୟ ବିଚାରକ ମଣ୍ଡଳୀର ସଭ୍ୟମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

error: Content is protected !!