ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଆଗଲପୁର ଠାରେ ଦୀର୍ଘ ୭ ଦିନ ଧରି ଆୟୋଜିତ ଶ୍ରୀମଦ ଭାଗବତ କଥାମୃତ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ୟାସ ଭାବେ ବୃନ୍ଦାବନ ଧାମରୁ ଆଗତ ବାଳମୁକୁନ୍ଦ ଜୀ ମହାରାଜ ଭାଗବତ କଥାମୃତ ପ୍ରବଚନ ଦେଇଥିଲେ । ଅଭୟ କୁମାର ହୋତାଙ୍କ ଦ୍ୱାରା ଆୟୋଜିତ କଥାମୃତ କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ରାଧାରାଣୀ ମାତୃଶକ୍ତି ମଣ୍ଡଳୀର ସଭ୍ୟାମାନେ ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ । ଆଗଲପୁର ଜଗନ୍ନାଥ ପରିବାର, ମାହେଶ୍ୱରୀ ସଂଗଠନ, ବଜରଙ୍ଗ ଦଳର ସମସ୍ତ ସଭ୍ୟମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ପୂଜାକାର୍ଯ୍ୟରେ ମୋଟ୍ ୧୭ ଯୋଡି ସ୍ୱାମୀସ୍ତ୍ରୀ କର୍ତ୍ତା ଭାବେ ନିୟୋଜିତ ହୋଇଥିବାବେଳେ ରାଜୀବ ଲୋଚନ ପଣ୍ଡା ପୂଜା କାର୍ଯ୍ୟ ତୁଳାଇଥିଲେ । ପ୍ରତିଦିନ ଅପରାହ୍ନ ୩ଟା ସମୟରୁ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲୁଥିବା ସୂଚନାରୁ ପ୍ରକାଶ । ପ୍ରବଚନ ସହ ପ୍ରତଦିନ ସନ୍ଧ୍ୟାରେ ଭଜନ କୀର୍ତ୍ତନ ମଧ୍ୟ ଆୟୋଜିତ ହେଉଥିଲା । ଆଗଲପୁର ତଥା ଆଖପାଖ ଅଞ୍ଚଳର ସହସ୍ରାଧିକ ଭଗବତ ପିପାସୁ ଭକ୍ତମାନେ ଉପସ୍ଥିତ ରହି କଥାମୃତ ଶ୍ରବଣ କରିବାର ସୁଯୋଗ ଲାଭ କରିଥିଲେ ।