ବୁଲୁଛନ୍ତି ଛୁଆ ବାଘ : ସିଟିଭି କ୍ୟାମେରାରେ କଏଦ

ଧର୍ମଗଡ, (କେପିଏନ୍‌ଏସ୍‌): ଗୁରୁବାର ରାତି ୧୦ଟା ବେଳେ ୨ଟି ବାଘ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ପରିସରରେ ବୁଳୁଥିବାର ଚିତ୍ର ଥାନାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଗତ କିଛି ଦିନ ତଳେ ଆମପାଣି ଘାଟିରେ ଏକ କଲରା ପତରିଆ ବାଘ ଦେଖିବାକୁ ମିଳିଥିଲା । ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଘଟଣା ପରେ ବନ ବିଭାଗର ଏକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.