ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡା ପ୍ରେମରାଜ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଛି । ଏଥିରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ୧୫୧ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ତନ୍ମଧ୍ୟରୁ ୭ଟି ପ୍ରକଳ୍ପ ମନୋନୀତ ହୋଇ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାକୁ ଉନ୍ନୀତ ହୋଇଛି । ଏହି ଅବସରରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର କୁମାର ପଟେଲ ମୁଖ୍ୟ ଅତିଥି, ବହଲପଦର୍ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ନାରାୟଣ ମିଶ୍ର ମୁଖ୍ୟବକ୍ତା ଓ ସମ୍ମାନୀତ ଅତିଥି ଭାବେ ସରଗାଡ ସରପଞ୍ଚ ସରୋଜ ବେହେରା ତଥା କୁଶମେଲ ସରପଞ୍ଚ କୌସ୍ତୁବ ସାହୁ ଯୋଗ ଦେଇଥିଲେ । ସେହିପରି ଉଦ୍ଘାଟନୀ ଉତ୍ସବରେ ବିଇଓ ରୀନା କୁମାରୀ ବେହେରା ମୁଖ୍ୟ ଅତିଥି, ପ୍ରଧାନ ଶିକ୍ଷକ ନୀଳମଣି ପଟେଲ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବରେ ତଳିଉଡାର ସରପଞ୍ଚ ଦୀପାଞ୍ଜଳି ସାଏ, ସମିତି ସଭ୍ୟା ସୁଦେଷ୍ଣା ପଟେଲ, ଅବସର ପ୍ରାପ୍ତ ଶିକ୍ଷକ ନୀଳାଚଳ ଚିରଗୁନ ଓ ଭାଗବତିଆ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ପରିଚୟ ଓ ମଞ୍ଚ ପରିଚାଳନାରେ ସହକାରୀ ଶିକ୍ଷକ ଉମାକାନ୍ତ ପାଣିଗ୍ରାହୀ ଦାୟିତ୍ଵ ନିର୍ବାହ କରିଥିବା ବେଳେ ଆବାହକ ହେମନ୍ତ ବାରିକ, ସଂଯୋଜକ ବିଷ୍ଣୁ ପ୍ରସାଦ ମିଶ୍ର, ପରିଚାଳନା ସମ୍ପାଦକ ତଥା ପ୍ରଧାନ ଶିକ୍ଷକ ଗିରିଶ ଚନ୍ଦ୍ର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସଞ୍ଜୀବ କୁମାର ସାହୁ, ଅମ୍ବ୍ରିସ ଭୋଇ, ଯତୀନ୍ଦ୍ର ମାଝୀ, କାଳେଶ୍ୱର୍ ନାଗ, ସତ୍ୟନାରାୟଣ ପଟେଲ, ଉତ୍ତମ ସାହୁଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଏହି ବିଜ୍ଞାନ ମେଳାରୁ ଅର୍ଚ୍ଚିତା ଧରୁଆ (ବାଦୀବାହାଲ), ଚନ୍ଦନ ସାହୁ(କେଉଁଟିପାଲି), ସୋନାଳୀ ସିଂ ବାବୁ(କୁଟେନ୍ ପାଲି), ସ୍ୱାଗତ କୁମାର ଦାସ (ଓଏଭି ଝାରମୁଣ୍ଡା), ବର୍ଷାରାଣୀ ଥନାପତି (କୁଶଙ୍ଗ), ସମ୍ବିତ ସାଏ ପଟେଲ (ସରଗାଡ), ସାହାନା ବାଗ (ବୁରୋମୁଣ୍ଡା) ପ୍ରମୁଖଙ୍କ ପ୍ରକଳ୍ପ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାକୁ ମନୋନୀତ ହୋଇଛି ।