jayashree

ଟାଟା ମୋଟରରେ ନିଯୁକ୍ତି ନାଁରେ ଠକେଇ ମାମଲା : କୋର୍ଟରେ ହାଜର ହେଲେ ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଟାଟା ମୋଟରରେ ଚାକିରି ନାଁରେ ଠକେଇ ମାମଲାରେ କୋର୍ଟରେ ହାଜର ହୋଇଛନ୍ତି, ବର୍ତ୍ତମାନର ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ । ସାଂସଦ ଓ ବିଧାୟକଙ୍କ ମାମଲାର ବିଚରଣ ପାଇଁ ବ୍ରହ୍ମପୁର ସ୍ଥିତ ସ୍ଵତନ୍ତ୍ର କୋର୍ଟରେ ସେ ହଜାର ହୋଇ ନିଜ ପକ୍ଷ ରଖିଥିଲେ । ପ୍ରକାଶଥାଉକି, ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ଗୋପାଳପୁର ବିଧାୟକ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାମରେ ଠକେଇ ଅଭିଯୋଗ ଆସିଥିଲା । ପୂର୍ବତନ ଆଇ.ଏଫ.ଏସ୍‌. ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ସହ ମିଶି ଟାଟା ମୋଟରରେ ଚାକିରି ଦେବାକୁ କହି ଡ. ପାଣିଗ୍ରାହୀ ସ୍ଥାନୀୟ ଅଞ୍ଚଳର ଏକାଧିକ ବେକାର ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ଦଳୀୟ ଶତ୍ରୁତା ଭାବେ ବିଜେଡ଼ି ପକ୍ଷରୁ ଜଣେ ବଳିଷ୍ଠ ନେତ୍ତୃତ୍ଵଧାରୀ ଏହି ଅଭିଯୋଗ ଆଣିଥିବା କୁହାଯାଏ । ଏହାର ପ୍ରକୃତ ସତ୍ୟତା କଣ ସମୟ କହିବ ବୋଲି ସାଧାରଣରେ କୁହାଯାଏ ।

Leave A Reply

Your email address will not be published.