oom

ଖରିଦଚକରେ ମାଁ ଜଗଦ୍ଧାତ୍ରୀ ଉତ୍ସବ ଉଦ୍‌ଯାପିତ

jsmm

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ନାଚିନ୍ଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖରିଦଚକ ଗ୍ରାମରେ ସାର୍ବଜନୀନ ଜଗଦ୍ଧାତ୍ରୀ ଦେବୀଙ୍କ ପୂଜା ଉତ୍ସବ ଏବଂ ୩ ଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ ସମାପନ ହୋଇଯାଇଛି । ସମାପନ ଉତ୍ସବରେ ସମାଜସେବୀ ଚନ୍ଦନ କୁମାର ପାତ୍ର ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ କମର୍ଦ୍ଦା ଥାନା ଅଧିକାରୀ ଲାଲ ମୋହନ ସିଂ, ମୁଖ୍ୟବକ୍ତା ଭାବେ ଦହମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ଲଲାଟେନ୍ଦୁ ଦାସ, ବିଶିଷ୍ଟ ଅତିଥି ଭାବେ ସଂଗୀତ ନିର୍ଦ୍ଦେଶକ ସୁଶାନ୍ତ ଦାସ, ସମ୍ମାନିତ ଅତିଥିଭାବେ ନାଚିନ୍ଦା ଗ୍ରାମପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଶ୍ରୀହରି ଚରଣ ପାତ୍ର, ଶିକ୍ଷକ ସତ୍ୟବ୍ରତ ଦାସ ଅଧିକାରୀ, ସମାଜସେବୀ ସପନ ପ୍ରଧାନ ପ୍ରମୁଖ ଯୋଗଦେଇ ମାଁ, ମାଟି, ମାତୃଭାଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । କମିଟିର ସଦସ୍ୟ ରାଜେଶ ଜେନା ଅତିଥି ମାନଙ୍କ ପରିଚୟ ଓ ମଞ୍ଚ ଆହ୍ୱାନ କରିଥିବାବେଳେ, ତପନ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅନିଲ ଦେ, ବିଜନ ଦେ, ସଞ୍ଜିବ ପାତ୍ର, ଜଗନ୍ନାଥ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ଉଦ୍‌ଯାପନ ଉତ୍ସବର ସଂଧ୍ୟାରେ ଶ୍ରଦ୍ଧା ଡ୍ୟାନ୍ସ ଗ୍ରୁପର କଳାକାର ମାନଙ୍କ ନୃତ୍ୟ ଓ ସଂଗୀତ ଯାଦୁରେ ଅଗଣିତ ଦର୍ଶକ ମାନଙ୍କୁ ଆକୃଷ୍ଟ କରିଥିଲା ।

jittmm
Leave A Reply

Your email address will not be published.