csstore

ବିଦ୍ୟୁତ୍‌ ବିଭାଗର ଛଟେଇ ବିରୋଧରେ ପ୍ରତିବାଦ ସଭା : ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ହୀରାଖଣ୍ଡ ବିଦ୍ୟୁତ୍‌ କର୍ମଚାରୀ ସଂଘ ତରଫରୁ ଛଟେଇ ବିରୋଧରେ ଏକ ପ୍ରତିବାଦ ସଭା ସ୍ଥାନୀୟ ଧବଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପାଖାପାଖି ୩୫୦ରୁ ଅଧିକ କର୍ମଚାରୀ ଉପସ୍ଥିତ ରହି ଛଟେଇ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ଏସ୍‌ଆର୍‌ ଇଲେକ୍ଟ୍ରିକାଲ ଆଣ୍ଡ କନ୍‌ ଷ୍ଟ୍ରକସନ୍‌ କମ୍ପାନୀ ପକ୍ଷରୁ ନିଯୁକ୍ତି ପାଇଥିବା ୪୦୦ରୁ ୨୪ ଛଟେଇ କରାଯାଇଥିବା ନିର୍ଦ୍ଦେଶ ଆସିଥିଲା । ଏହାର ପ୍ରତିବାଦରେ କମ୍ପାନୀ ଡିଭିଜନ କୋର୍ଡିନେଟର ସୌଭାଗ୍ୟ ବାବୁଙ୍କ ସହ ସେହି ବୈଠକ ସ୍ଥଳକୁ ଡାକି ନିଷ୍ପତି କରାଗଲା ଯେ, କୌଣସି ପିଲାଙ୍କୁ ଛଟେଇ କରାଯିବ ନାହିଁ, ପୂର୍ବ ଭଳି କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ପାଇବା ପରେ ସଂଘ ତାହାର ଆଗମୀ ଆନ୍ଦୋଳନ ଡ଼ାକରା ସ୍ଥଗିତ ରଖିଛି । ଏହି ବୈଠକରେ ହୀରାଖଣ୍ଡ ମଜଦୂର ସଂଘର ରଞ୍ଜିତ ଲେଙ୍କା, ମନୋଜ ପଟ୍ଟନାୟକ, ସରୋଜ ସାହୁ, ସିଲାନ ମହାପାତ୍ର, ଅମ୍ଳାନ ନାୟକ, ପ୍ରଦୀପ ତରାଇଙ୍କ ସହ ବହୁତ ସଦସ୍ୟ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.