ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ପୋଲିସ ଦ୍ୱାରା ମଙ୍ଗଳବାର ୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶ୍ରମିକ ମାନେ ହେଲେ ତୁରେକେଲା ଥାନା ଅନ୍ତର୍ଗତ ଘୁନେସ ଗାଁର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରେ ୩ ଜଣ ପୁରୁଷ, ୪ ଜଣ ମହିଳା ଜଣେ ଶିଶୁ ଶ୍ରମିକ ଥିବାର ଜଣାପଡିଛି । ତୁରେକେଲା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ କୁଇବାହାଲ ଗାଁ ନିକଟରେ ଦାଦନ ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିଲା । ବେଆଇନ ଦାଦନ ଚାଲାଣ କରୁଥିବା ସର୍ଦ୍ଦାର ହେମନ୍ତ ପୁଟା, ସହଯୋଗୀ କୁଳମଣୀ ନାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।