csstore

ଖଇରା ପଞ୍ଚାୟତରେ ଅଭିଯୋଗ ଶୁଣାଣି ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗ୍ରାମପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଇରା ଗ୍ରାମପଞ୍ଚାୟତ ସରପଞ୍ଚ ବବିତା ବାଗଙ୍କ ସଭାପତିତ୍ୱରେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଙ୍କର୍ଷଣ ବେହେରା, ଜିପିଡିଓ ପୁରୁଷୋତ୍ତମ ମାଝୀ, ଏପିଓ ଲକ୍ଷ୍ମଣ କୁମାର ବୁଡେକ, ସହକାରୀ ଯନ୍ତ୍ରୀ ଦେବ କୁମାର ପଧାନ ସହ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଲୋକେ ମୁଖ୍ୟତଃ ଭତ୍ତା, ରାସନକାର୍ଡ, ଘର ପାଇଁ ଲୋକେ ଆବେଦନ କରିଥିଲେ । ଶତାଧିକ ଅଭିଯୋଗକାରୀ ମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ପହଞ୍ଚି ଆବେଦନ କରିଥିଲେ । ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି କରାଯାଇଥିବାରୁ ଲୋକେ ନିଜନିଜ ରସମସ୍ୟାକୁ ଦୃଷ୍ଟି ଆକର୍ଷଣ କରଯାଇଥିଲା । ଖଇରା ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିନ୍ତାମଣି ରଣା, ସମିତି ସଭ୍ୟା ଉର୍ମିଲା ତାଣ୍ଡି, ସମାଜସେବୀ କୃଷ୍ଣ ବାଗ ପଞ୍ଚାୟତ କର୍ମଚାରୀ ମାନେ ସହଯୋଗ କରିଥିଲେ । ଏଥିରେ ପଞ୍ଚାୟତର ଖଇରା, ଡୁମେରପଡା, ଲୁକାପଡ଼ା, ପିପଳମୁଣ୍ଡା, ତେଲିପଦର ଗ୍ରାମର ହିତାଧିକାରୀ ମାନେ ସାମିଲ ହୋଇ ନିଜ ନିଜର ଅଭିଯୋଗ କରିଛନ୍ତି ।

jayashree
Leave A Reply

Your email address will not be published.