oom

ଟିଟିଲାଗଡ଼ ପ୍ରଭାବତୀ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ : ଯୋଗଦେଲେ ଟିଟିଲାଗଡ଼ ଉପଜିଲ୍ଲାପାଳ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ୍ ଖତ୍ରି, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ ପୌର ନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରକାର, ସ୍କୁଲର ଉପଦେଷ୍ଟା ରାଧେଶ୍ୟାମ ଅଗ୍ରୱାଲ, ସ୍କୁଲ ଉପସଭାପତି ଆନନ୍ଦ ଜୈନ, ମେନେଜିଂ ଟ୍ରଷ୍ଟି ଶ୍ୟାମାଲତା ଅଗ୍ରୱାଲ, ସ୍କୁଲ ଅଧ୍ୟକ୍ଷା ଡ. ସୁନନ୍ଦା ଜତି ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ତା’ପରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଏହାପରେ କ୍ରୀଡା ମଶାଲକୁ ଖେଳ ପଡିଆକୁ ଆଣିବା ପରେ ଟିଟିଲାଗଡ଼ ଉପଜିଲ୍ଲାପାଳ କ୍ରୀଡା ଧ୍ଵଜା ଉତ୍ତୋଳନ କରିଥିଲେ । ଏହା ପରେ ସାଂସ୍କୃତିକ ବିଚିତ୍ରା ପରିବେଷଣ ହେବା ସହ ଖେଳ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଧବଳେଶ୍ଵର ଦଳ ବେହେରା, ଲବ ସୁନାନି, ତୁଷାର ଦାସ, ଶତୃଘ୍ନ ନାଏକ, ଧରିତ୍ରୀ ମହାନ୍ତି, ପ୍ରମୋଦ ପାଲ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଖେଳ ପରିଚାଳନା କରିବାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.