ppurohit

୪୦ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ ୨୦ରୁ ଅଧିକ ମହିଳା ହିତାଧିକାରୀ : ଥାନାରେ ଅଭିଯୋଗ

2nd

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା କୁମ୍ଭାରୀ ଗାଁର ମହିଳାମାନେ ବିଭିନ୍ନ ଫାଇନାନ୍ସ ସଂସ୍ଥା ଠାରୁ ଋଣ ଆଣି ୪୦ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ନେଇ ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଗାଁର ଜଣେ ଯୁବକ ଜଣକ ଟଙ୍କା ଆଦାୟ କରି ଚମ୍ପଟ ମାରିଥିବା ନେଇ ମହିଳାମାନେ ଅଭିଯୋଗ ଉଠାଇଛନ୍ତି । ଏ ନେଇ ସଇଁତଲା ଆଇଆଇସି ସୁଶାନ୍ତ ବଢ଼େଇଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । ଘଟଣାରୁ ପ୍ରକାଶ ଯେ, ଏହି ଗାଁର ମହିଳାମାନେ ସୂର୍ଯ୍ୟଦୟ, ଫିଜନ, ସ୍ପଦନା, ଭାରତ ଫାଇନାନ୍ସ, ଆଶୀର୍ବାଦ, ବନ୍ଧନ, ବିପୁଲ ଫରମ, ଅର୍ଣ୍ଣପୂର୍ଣ୍ଣା ଠାରୁ ମହିଳାମାନେ ନିଜ ଆଧାର କାର୍ଡ ଓ ଭୋଟ୍‌ ପରିଚୟ ପତ୍ର ଇତ୍ୟାଦି ପ୍ରଦାନ କରି ଉକ୍ତ ସଂସ୍ଥା ଠାରୁ ମହିଳାମାନେ ଋଣ ଆଣି ସପ୍ତାହ ଓ ମାସିକିଆ ଆକାରରେ ଟଙ୍କା ପଇଠ କରୁଥିଲେ । କିନ୍ତୁ ଏହାର ସୁଯୋଗ ନେଇ ଗାଁର ଦୀପକ ରଣା ନାମକ ଜୈନିକ ଯୁବକ ତାଙ୍କ ଘରେ ୨ ବର୍ଷ ହେଲା ଏକ ଗ୍ରୁପ୍‌ ସେଣ୍ଟର ଖୋଲି ସବୁ ସଂସ୍ଥାର ଏଜେଣ୍ଟମାନେ ଆସି ତାଙ୍କ ଠାରୁ ଟଙ୍କା ଆଦାୟ କରି ନେଉଥିଲେ ବୋଲି ମହିଳାମାନେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଏଥିରେ ପ୍ରତ୍ୟେକ ମହିଳାମାନେ ଲକ୍ଷାଧିକ ଟଙ୍କା ଉଠାଣ କରିଥିବା ନେଇ ମହିଳାମାନେ ପ୍ରକାଶ କରିଛନ୍ତି । ଏନେଇ ଗାଁର ଆଲିଶା ତାଣ୍ଡି, ଗେଲେଇ ରଣା, କାଞ୍ଚନ ରଣା, ପୂର୍ଣ୍ଣମୀ ରଣା, ଇନ୍ଦୁ ରଣା, ମୁରୁଜ କୁମ୍ଭାର, ଲଳିତା ସାହାଣୀ, ଭୂମି ଭୂଏ, ଚନ୍ଦ୍ର କଳାତମଲିଆ, ସିନ୍ଧୁ ତମଲିଆ, ଗୀତା ସାମର, ଜଳକ କୁମ୍ଭୀରିଆ, ଦଶମୀ ମାଝୀ, ସଜନା ସାମର, ଭଗବତୀ ତମଲିଆ, ସୁନାରି ଛତ୍ରିଆ, ଶକୁନ୍ତଳା ବାଗଙ୍କ ସମେତ ୨୦ରୁ ଅଧିକ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

Leave A Reply

Your email address will not be published.