ୱାନ୍‌ ରାଙ୍କ ୱାନ୍‌ ପେନ୍‌ସନ୍‌ (ଓଆର୍‌ଓପି) ଯୋଜନା ଭେଟେରାନ ଓ ପୂର୍ବତନ ସେନା କର୍ମଚାରୀଙ୍କ ସାହସ ଏବଂ ବଳିଦାନ ପ୍ରତି ଏକ ଶ୍ରଦ୍ଧାଞ୍ଜଳି : ପ୍ରଧାନମନ୍ତ୍ରୀ

  • ଓଆର୍‌ଓପି ଆମର ସଶସ୍ତ୍ର ବାହିନୀର କଲ୍ୟାଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଦର୍ଶାଉଛି : ପିଏମ୍

ନୂଆଦିଲ୍ଲୀ, (ପିଆଇବି) : ୱାନ୍ ରାଙ୍କ ୱାନ୍ ପେନ୍‌ସନ୍‌ (ଓଆର୍‌ଓପି) ଯୋଜନାର ଦଶ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଏହି ଯୋଜନା ଆମର ଭେଟେରାନ ଏବଂ ପୂର୍ବତନ ସେନା କର୍ମଚାରୀମାନଙ୍କର ସାହସ ଏବଂ ବଳିଦାନ ପ୍ରତି ଏକ ଶ୍ରଦ୍ଧାଞ୍ଜଳି, ଯେଉଁମାନେ ଆମ ଦେଶର ସୁରକ୍ଷା ପାଇଁ ନିଜର ଜୀବନ ଉତ୍ସର୍ଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୀର୍ଘ ଦିନରୁ କରାଯାଉଥିବା ଦାବିକୁ ପୂରଣ କରିବା ତଥା ଆମର ହିରୋମାନଙ୍କ ପ୍ରତି ଆମ ଦେଶର କୃତଜ୍ଞତାକୁ ନିଶ୍ଚିତ କରିବା ପାଇଁ ଓଆର୍‌ଓପି କାର୍ଯ୍ୟକାରୀ କରିବାର ନିଷ୍ପତ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦେକ୍ଷେପ । ଆମ ସଶସ୍ତ୍ର ବାହିନୀକୁ ମଜବୁତ କରିବା ଏବଂ ଯେଉଁମାନେ ଆମର ସେବା କରୁଛନ୍ତି ସେମାନଙ୍କ ପାଇଁ କଲ୍ୟାଣକାରୀ କାର୍ଯ୍ୟକୁ ବଢ଼ାଇବା ଦିଗରେ ସରକାର ସବୁବେଳେ ଯଥାସାଧ୍ୟ ପ୍ରୟାସ କରିବେ ବୋଲି ଶ୍ରୀ ମୋଦୀ ଆଶ୍ୱାସନା ଦେଇଛନ୍ତି । ଶ୍ରୀ ମୋଦୀ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ‘ଏକ୍ସ’ରେ ଏକ ଥ୍ରେଡ୍ ପୋଷ୍ଟରେ ଲେଖିଛନ୍ତି: “ଆଜି ଦିନରେ ୱାନ୍‌ ରାଙ୍କ ୱାନ୍‌ ପେନ୍‌ସନ୍‌ (ଓଆର୍‌ଓପି) ଲାଗୁ କରାଯାଇଥିଲା । ଆମର ଭେଟେରାନ ଏବଂ ପୂର୍ବତନ ସେନା କର୍ମଚାରୀଙ୍କ ସାହସ ଏବଂ ବଳିଦାନ ପ୍ରତି ଏହା ଏକ ଶ୍ରଦ୍ଧାଞ୍ଜଳି, ଯେଉଁମାନେ ଆମ ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରନ୍ତି । ଦୀର୍ଘ ଦିନର ଚାହିଦାକୁ ପୂରଣ କରିବା ଏବଂ ଆମର ହିରୋମାନଙ୍କ ପ୍ରତି ଆମ ଦେଶର କୃତଜ୍ଞତାକୁ ନିଶ୍ଚିତ କରିବା ପାଇଁ ଓଆର୍‌ଓପିକୁ ଲାଗୁ କରିବାର ନିଷ୍ପତ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା । ‘ଆପଣମାନେ ଜାଣି ଖୁସି ହେବେ ଯେ, ଏକ ଦଶନ୍ଧି ମଧ୍ୟରେ ଲକ୍ଷ ଲକ୍ଷ ପେନ୍‌ସନ୍‌ଭୋଗୀ ଏବଂ ପେନ୍‌ସନ୍‌ଭୋଗୀ ପରିବାର ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦ୍ୱାରା ଉପକୃତ ହୋଇଛନ୍ତି । ସଂଖ୍ୟା ବାହାରେ, ଓଆର୍‌ଓପି ଆମର ସଶସ୍ତ୍ର ବାହିନୀର କଲ୍ୟାଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ଆମେ ସବୁବେଳେ ଆମର ସଶସ୍ତ୍ର ବାହିନୀକୁ ମଜବୁତ କରିବା ଏବଂ ଆମର ଯେଉଁମାନେ ସେବା କରନ୍ତି ସେମାନଙ୍କ ପାଇଁ କଲ୍ୟାଣ କାର୍ଯ୍ୟ ଆଗକୁ ବଢ଼ାଇବାକୁ ଯଥା ସମ୍ଭବ ଚେଷ୍ଟା କରିବୁ ।

Leave A Reply

Your email address will not be published.