pr

ବଣୁଆ ମାଙ୍କଡ଼ର ହତ୍ୟା ମାମଲା : ୨ ଅଭିଯୁକ୍ତ ଗିରଫ ସହ କୋର୍ଟ ଚାଲାଣ

dr. purohit

ରାୟଗଡ଼ା, (ଗୌରୀଶଙ୍କର ପଟ୍ଟନାୟକ ) : କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଠାରୁ ନାରାୟଣପାଟଣା ଯିବା ରାସ୍ତା ପାଖରେ ଥିବା ବନଦୁର୍ଗା ମନ୍ଦିର ନିକଟରେ ବଣୁଆ ମାଙ୍କଡ଼ମାନେ ନଡ଼ିଆ, କଦଳୀ ଖାଇବା ନିମନ୍ତେ ମନ୍ଦିରକୁ ଆସିଥାଆନ୍ତି ଏହାର ସୁଯୋଗ ନେଇ ବିକ୍ରମପୁରର ରଞ୍ଜିତ ହୁଇକା ଓ ନାରାୟଣପାଟଣାର ଦେବେନ୍ଦ୍ର ମିଣ୍ୟାକା ମିଶି ମନ୍ଦିର ନିକଟରେ ଛପି ରହି ମାଙ୍କଡ଼ ମାରି ନିଜେ ଖାଇବା ସହ ଅନ୍ୟମାନଙ୍କୁ କୁଟ୍ରା ମାଂସ ବୋଲି ବିକ୍ରି କରୁଥିଲେ କିନ୍ତୁ ବୁଧବାର ଦିନ ଏହି ଦୁହେଁ ମାଙ୍କଡ଼ ହତ୍ୟା କରିବା ସମୟରେ ମନ୍ଦିରର ପୂଜକ ଦେଖି ସଙ୍ଗେ ସଙ୍ଗେ ଲକ୍ଷ୍ମୀପୁର ଜଙ୍ଗଲ ବିଭାଗ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇ ବନ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ମାଙ୍କଡ଼ ସହ ୨ଜଣ ଅଭିଯୁକ୍ତଙ୍କୁ ଗରିଫ କରି ଲକ୍ଷ୍ମୀପୁର ରେଞ୍ଜ ଅଫିସକୁ ଆଣିଥିଲେ । ପରେ ମୃତ ମାଙ୍କଡ଼ର ପୋଷ୍ଟ ମର୍ଟମ୍‌ କରାଯାଇଥିଲା ଏବଂ ପୋଷ୍ଟ ମର୍ଟମ୍‌ ରିପୋର୍ଟରେ ମୃତ ମାଙ୍କଡ଼ ଗର୍ଭବତୀ ଥିବା ଜଣାପଡିଛି । ପଶୁ ଡାକ୍ତରଙ୍କ ପୋଷ୍ଟ ମର୍ଟମ୍‌ ରିପୋର୍ଟକୁ ଭିତ୍ତି କରି ବନ ବିଭାଗ ଅଧିକାରୀ କୁମାର ଖରା ୨ ଅଭିଯୁକ୍ତଙ୍କ ବିରୁଦ୍ଧରେ ଜଙ୍ଗଲି ପଶୁପକ୍ଷୀ ହତ୍ୟା ମାମଲା ରୁଜୁ କରି କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର କରାଯାଇ ଥିବାରୁ ଅଭିଯୁକ୍ତମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଶ୍ରୀ ଖରା ସୂଚନା ଦେଇଛନ୍ତି ।

nrusinghnath
Leave A Reply

Your email address will not be published.