ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟା ପୀଠ ପରିସରରେ ‘ଭରସା’ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଇକୋ ୱାରିୟର ମିଳିତ ଆନୁକୂଲ୍ୟରେ ଏବଂ ଶୀତଳାପଲ୍ଲୀ ସମ୍ ହସ୍ପିଟାଲ ସହାୟତାରେ ଏକ ‘ମେଗା ସ୍ୱାସ୍ଥ୍ୟ ଶିବିର’ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୯ଟି ବିଭାଗର ଅଭିଜ୍ଞ ଡାକ୍ତର ମାନେ ଯୋଗ ଦେଇଥିଲେ । ଭରସାର ଉପଦେଷ୍ଟା ଅଧ୍ୟାପକ ଗିରିଶ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଏହି ଶିବିରକୁ ସମ୍ ହସ୍ପିଟାଲର ନିର୍ଦେଶକ ଦେବୀ ପ୍ରସାଦ ଦାଶ ଓ ଅବସର ପ୍ରାପ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ତଥା ବରିଷ୍ଠ ନାଗରିକ ସଂଘ ଉପଦେଷ୍ଟା ଇଂ ବିନୋଦ କୁମାର ପାଢ଼ୀ ମିଳିତ ଭାବେ ଉଦ୍ଘାଟନ କରିଥିଲେ । ଭରସାର ସମ୍ପାଦକ ଦୁର୍ଗା ମାଧବ ପାଣିଗ୍ରାହୀ ଓ ଇକୋ ୱାରିୟର ସମରେଶ ପ୍ରଧାନଙ୍କ ମିଳିତ ସଂଯୋଜନାରେ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ପଟ୍ଟନାୟକ, ଗ୍ରାସୀମ ଇଣ୍ଡୋଷ୍ଟିଜର ଶ୍ରମିକ ୟୁନିୟନ ସମ୍ପାଦକ ସାମା ରେଡ୍ଡୀ, ଗଞ୍ଜାମ ମିଡ଼ିଆ ହାଉସ ଉପଦେଷ୍ଟା ଲକ୍ଷ୍ମୀଚରଣ ପାଢ଼ୀ, ବରିଷ୍ଠ ନାଗରିକ ସଂଘ ସଭାପତି ରବୀନ୍ଦ୍ର କୁମାର ପଣ୍ଡା, ସମ୍ପାଦକ ବିନୋଦ ଚନ୍ଦ୍ର ମହାପାତ୍ର, ପୂର୍ବତନ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ଅଷ୍ଟମ ବାଟାଲିୟନ ସିପାହୀ ସଂଘ ସଭାପତି ଯଶବନ୍ତ ସ୍ୱାଇଁ, ସହ ସମ୍ପାଦକ କେ. ହେମନ୍ତ ରେଡ୍ଡୀ, କୋଭିଡି ଯୋଦ୍ଧା ସରସ୍ୱତୀ ମହାଙ୍ଗୁଡ଼, ଡଲିବେହେରା, ଯୁବ ସମାଜସେବୀ ସୁଧୀର ନାହାକ, ସିମାଞ୍ଚଳ ଦାସ, ବିନୋଦ ଚନ୍ଦ୍ର ପଲେଇ, ସାମ୍ବାଦିକ ପ୍ରଦୀପ କୁମାର ପଣ୍ଡା, କାଉନଶୀଲର ଅରୁଣ କୁମାର ପଣ୍ଡା, ସ୍ୱେଚ୍ଛାସେବୀ, ସଞ୍ଜୟ ସାଇଁ, କରୁଣା ରେଡ୍ଡୀ, ଦୁର୍ଯ୍ୟୋଧନ ରେଡ୍ଡୀ, ସନ୍ତୋଷ ଗୌଡ଼, ସନ୍ତୋଷ ତରେଇ, ଗଞ୍ଜାମ ପ୍ରେସ କ୍ଲବ ସଭାପତି ଶବର ତରେଇ, ଗୋସେବକ ପପୁ ମହାନ୍ତି, ଉମା ଶଙ୍କର ଦାସ, ସୋନୁ ମହାପାତ୍ର, ସାମ୍ବାଦିକ କୃଷ୍ଣଚନ୍ଦ୍ର ଦାସ, ଶିବାନନ୍ଦ ପଲେଇ, ମିଥୁନ ବାରିକି, ରାମଚନ୍ଦ୍ର ବେହେରା, ବଡ଼ ବଜାର ବ୍ୟବସାୟୀ ସଂଘ ସଭାପତି ଗୌରୀ ଶଙ୍କର ବାରିକି, ସମ୍ପାଦକ କାହ୍ନୁ ଚରଣ ପଣ୍ଡା, ଆଶାସାଥି ସଭାପତି କୁମୁଦିନୀ ପ୍ରଧାନ, ଗୀତାଞ୍ଜଳି ପଲେଇ, ସ୍ୱେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ରହି ଉତ୍ସହିତ କରିଥିଲେ । ଏହି ପରିପ୍ରେକ୍ଷୀରେ ସମ୍ ହସ୍ପିଟାଲର ନିର୍ଦ୍ଦେଶକ ଦେବୀପ୍ରସାଦ ଦାଶ, ନର୍ସିଙ୍ଗ ସୁପରିଟେଣ୍ଡଡ଼ ଅର୍ଚ୍ଚାନା ତ୍ରିପାଠୀ, ମେଡିକାଲ ସୁପରିଟେଣ୍ଡଡ଼ ଅଯୋଧ୍ୟା ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ସମ୍ ହସ୍ପିଟାଲର ବିଭିନ୍ନ ବିଭାଗର ମେଡ଼ିସିନ, ଭେଷଜ ବିଭାଗ, ସ୍ନାୟୁ ବିଭାଗ, ଅସ୍ଥିଶଲ୍ୟ ବିଭାଗ, ଶିଶୁ ବିଭାଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଚର୍ମ ବିଭାଗ, ଚକ୍ଷୁ ବିଭାଗ, କର୍ଣ୍ଣ ଓ ଗଳା ବିଭାଗ, ସାଇକୋଲୋଜି ବିଭାଗ ଓ ଏଣ୍ଡୋକ୍ରିନୋଲୋଜି ବିଭାଗର ଅଭିଜ୍ଞ ଡାକ୍ତର ମାନେ ଯୋଗ ଦେଇଥିଲେ । ଏଥିରେ ୪୦୭ ଜଣ ରୋଗୀ ସ୍ୱାସ୍ଥ ପରୀକ୍ଷା କରିବା ସହ ଚିକିତ୍ସା ପରାମର୍ଶ ଏବଂ ଔଷଧ ନେଇଥିଲେ । ଗଞ୍ଜାମ କଲେଜ ଆଧ୍ୟାପକ ଏନ୍ସିସି ୟୁନିଟ କ୍ୟାପଟନ ଡ. ଦୁର୍ଗା ପ୍ରସାଦ ଦାସଙ୍କ
ତତ୍ତ୍ୱାବଧାନରେ ଏନ୍ସିସି କ୍ୟାଡର ମାନେ ସହଯୋଗ କରିଥିଲେ । ଏହିଭଳି ମେଗା ଶିବିର ଗଞ୍ଜାମରେ ପ୍ରଥମ ଥର ପାଇଁ ହୋଇଥିବାରୁ ଗଞ୍ଜାମ ସହର ସମେତ ଗଞ୍ଜାମ ବ୍ଲକ ଅଞ୍ଚଳରୁ ରୋଗୀଙ୍କ ପ୍ରବଳ ଭିଡ଼ ଜମିଥିବାର ଦେଖାଯାଇଥିଲା ।