ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଦ୍ଵାରା ‘ସମ୍ପ୍ରଦା ଏକ ଅଧ୍ୟୟନ ‘ ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଓଡ଼ିଆ ବିଭାଗୀୟ ମୁଖ୍ୟ ଡଃ. ସରୋଜ କୁମାର ନାଏକ ଏହାର ସଂଯୋଜନା କରି ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅଧ୍ୟକ୍ଷ ଶ୍ରୀ ପଣ୍ଡା ସମସ୍ତ ଅତିଥି ତଥା ସମୀକ୍ଷକମାନଙ୍କୁ ସ୍ଵାଗତ କରି ନିଜର ଅଭିଭାଷଣ ଦେଇଥିଲେ । ସମୀକ୍ଷକ ଭାବରେ କେଶରଞ୍ଜନ ପ୍ରଧାନ, ଅଶୋକ ବହିଦାର, ସୁରେନ୍ଦ୍ର ସାହୁ ଓ ରମେଶ ଗୁର୍ଲା ଯୋଗଦାନ ଦେଇ ସମ୍ପ୍ରଦା ଉପରେ ନିଜ ଅଭିଭାଷଣ ଦେଇଥିଲେ । ଛାତ୍ର କିରଣ ବାଗ ଭିତ୍ତି ପ୍ରବନ୍ଧ ପଠନ କରିଥିଲେ ଏବଂ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନେ ନିଜ ନିଜ ମନ୍ତବ୍ୟ ପ୍ରଦାନ କରିଥିଲେ । ସବ୍ୟସାଚୀ ବିଶି, ମନବୋଧ ନାଏକ ଏବଂ ତାଙ୍କ ଦଳ (ଅଭୟ ନୃସିଂହ ସମ୍ପ୍ରଦା କଳା ପରିଷଦ, ବାବେବିରା) ସମ୍ପ୍ରଦା ପ୍ରଦର୍ଶନ କରିଥିଲେ । ସଭା ଶେଷରେ ପ୍ରଧ୍ୟାପିକା ଶ୍ରୀମତୀ ପୂର୍ଣ୍ଣିମା ଦୋରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗର ଜୟ କୁମାର ଭୁଏ, ଶ୍ରୀମତୀ ରିନା ଧର୍ମାବିନାୟକ, ସୁଶ୍ରୀ ସୁରେଶ୍ଵରୀ ପାଣ୍ଡେ ଓ ସମସ୍ତ ଛାତ୍ରଛାତ୍ରୀ ବିଶିଷ୍ଟ ଭାବରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକର୍ମରେ ମହାବିଦ୍ୟାଳୟର ପ୍ରାଧ୍ୟାପକ ଖଗେଶ୍ୱର ଦାସ, ଡଃ. ବିରଞ୍ଚି ସାହୁ, ତାରା ପ୍ରସାଦ ଶତପଥୀ, ନବକୃଷ୍ଣ ମିଶ୍ର, ପ୍ରମୋଦ କୁମାର ତ୍ରିପାଠୀ, ସନ୍ତୋଷ କୁମାର ମିଶ୍ର, ଡଃ. ତୁଷାରକାନ୍ତ ସାହୁ, ଝୁନୁ ପରିଡ଼ା, ଶର୍ମିଲା ପଣ୍ଡା ଓ ଅନ୍ୟାନ୍ୟ ଅଧ୍ୟାପକ,ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
Prev Post