lika

୯ତମ ଗିରି ଗୋବର୍ଦ୍ଧନ ମହୋତ୍ସବ ଉତ୍‌ଯାପିତ

gbag

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ପଞ୍ଚାୟତ କଲେଜ ନିକଟ ଗିରି ବିହାର ଠାରେ ୩ଦିନ ଧରି ଚାଲିଥିବା ୯ତମ ଗିରି ଗୋବର୍ଦ୍ଧନ ମହୋତ୍ସବ ଉତ୍‌ଯାପିତ ହୋଇଯାଇଛି । ବହୁ ଉତ୍ସାହ ଉଦ୍ଦୀପନା ସହିତ ଆୟୋଜିତ ହୋଇଥିବା ଏହି ମହୋତ୍ସବକୁ ବରଗଡ ସାଂସଦ ପ୍ରଦୀପ କୁମାର ପୁରୋହିତ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନ ଉତ୍ସବର ଅନ୍ୟତମ ଅତିଥିଭାବେ ବିଶିଷ୍ଟ ଚିକିତ୍ସକ ଡ଼ଃ. ରାମକ୍ରୀଷ୍ଣ ପୁରୋହିତ, ବରିଷ୍ଠ ବିଜେପି ନେତା ସୁରେଶ୍ଵର ଶତପଥୀ ଯୋଗ ଦେଇଥିବା ବେଳେ, ମହୋତ୍ସବ ସମିତିର ସଭାପତି ଅଶୋକ ପଣ୍ଡା ସଭାପତିତ୍ୱ କରିଥିଲେ ଏବଂ ସମ୍ପାଦକ ଅକ୍ରୃର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ସମିତିର ସଦସ୍ୟ ରବି ନାରାୟଣ ଦାଶ ପରିଚାଳନା କରୁଥିଲେ । ଦ୍ୱିତୀୟ ଦିବସରେ ଅତିଥିଭାବେ ବିଶିଷ୍ଟ ସିନେ ତାରକା ତଥା ବିଧାୟକ ଦିଗପହଣ୍ଡି ସିଦ୍ଧାନ୍ତ ମହାପାତ୍ର, ବରଗଡର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ , ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବରଗଡ ପୌରଧ୍ୟାକ୍ଷା ଶ୍ରୀମତୀ କଳ୍ପନା ମାଝୀ, ସମାଜସେବୀ ଚନ୍ଦ୍ର ଶେଖର ବାଗ, ବିଜେପି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅରୂପାନନ୍ଦ ସାହୁ, କାଉନସିଲର କବିତା ବେହେରା, ଦୀପାଞ୍ଜଳି ବାଗ ପ୍ରମୁଖ ଯୋଗଦେଇଥିଲେ । ଅନ୍ତିମ ଦିବସରେ ଅତିଥିଭାବେ ମାନ୍ୟବର ଭଟଲି ବିଧାୟକ ଇରାଶିସ ଆଚାର୍ଯ୍ୟ, ବିକାଶ ଗ୍ରୃପର ଅଧ୍ୟକ୍ଷ ଡଃ. ମୁରଲୀ କ୍ରୀଷ୍ଣା ଯୋଗଦେଇଥିଲେ । ପ୍ରତ୍ୟେକ ଦିନ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାର ତଥା ସ୍ଥାନୀୟ କଳାକାରମାନେ ନୃତ୍ୟ,ଗୀତ ପରିବେଷଣ କରିଥିଲେ ଏବଂ ପ୍ରତ୍ୟେକ ଦିନ ପୌରାଣିକ ବିଷୟବସ୍ତୁକୁ ନେଇ ଇନ୍ଦ୍ର ଦରବାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସମିତିର ସଦସ୍ୟମାନଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ତଥା ଜନସାଧାରଣଙ୍କ ସହଯୋଗ ଯୋଗୁଁ ଶାନ୍ତି ତଥା ଶୃଙ୍ଖଳାର ସହିତ ଏହି ମହୋତ୍ସବ ସମାପିତ ହୋଇଯାଇଛି ।

babaa
Leave A Reply

Your email address will not be published.