ବଲାଙ୍ଗିର, (କେପିଏନ୍ଏସ୍) : ୮୪ ଘର ଅଘରିଆ ସମାଜ ବଲାଙ୍ଗିର ଜିଲ୍ଲା ଆଞ୍ଚଳିକ କମିଟିର ଚତୁର୍ଥ କାର୍ଯ୍ୟକାରୀ ବୈଠକ ପୁଇଁତଲା ଗୁଡ଼ି ଆନୁକୂଲ୍ୟରେ ସଭାପତି ଶୁଭ୍ରାଂଶୁ ଶେଖର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗୁଡି ସଭାପତି ମଧୁସୂଦନ ସାଏ ସ୍ୱାଗତ ଭାଷଣ ଦେବା ସହ ଉପସଭାପତି ଲିଲି ପଟେଲ, ମଣ୍ଡଳ ସଭାପତି ଗୋବିନ୍ଦଚନ୍ଦ୍ର ପଟେଲ ଓ ସାଧାରଣ ସମ୍ପାଦକ ଦିଗାମ୍ବର ନାଏକଙ୍କୁ ମଞ୍ଚାସୀନ ହେବାକୁ ଆମନ୍ତ୍ରଣ କରିଥିଲେ । ଉପଦେଷ୍ଟା ସଭ୍ୟ, ଚାରି ମଣ୍ଡଳ ସଭାପତି ଓ କର୍ମକର୍ତ୍ତା, ଅଠର ଗୁଡ଼ି ସଭାପତି ଓ କର୍ମକର୍ତ୍ତା, ମହିଳା ମଞ୍ଚ, ଯୁବା ମଞ୍ଚ, କୃଷକ ମଞ୍ଚ, ପୁସ୍ତକ, ଶିକ୍ଷା ଓ ନିର୍ମାଣ କମିଟିର ସମସ୍ତ ସଭ୍ୟସଭ୍ୟାଙ୍କ ଉପସ୍ଥିତିରେ ଦିବଂଗତ ସମାଜ ଭାଇଙ୍କ ଆତ୍ମାର ସଦଗତି ଉଦ୍ଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା କରି ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସମ୍ପାଦକ ଦିଗାମ୍ବର ନାଏକ ବିବରଣୀ ପଠନ କରିଥିବା ବେଳେ ଯୁଗ୍ମ ସମ୍ପାଦକ ମୁକୁନ୍ଦ ପଟେଲ ଆୟବ୍ୟୟର ବିବରଣୀ ପ୍ରଦାନ କରିଥିଲେ । ପୁସ୍ତକ କମିଟି ମୁଖ୍ୟ ସମ୍ପାଦକ ସନ୍ତୋଷ କୁମାର ରାଉତ ଓ ଶିକ୍ଷା କମିଟି ସମ୍ପାଦକ ସୁମନ୍ତ କୁମାର ନାଏକ ନିଜ ନିଜ ବିଭାଗର ବିବରଣୀ ପାଠ କରିଥିଲେ । ସମାଜର ଶିକ୍ଷା କ୍ଷେତ୍ରରେ ଓ.ପି.ଏସ୍.ସି ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ସୌମ୍ୟରଞ୍ଜନ ନାଏକ, ନି.କୁଶଙ୍ଗ, ମ୍ୟାଟ୍ରିକ ପରୀକ୍ଷାରେ ବଲାଙ୍ଗିର ଜିଲ୍ଲାର ଟପ୍ପର ହୋଇଥିବା ସୋହାନି ନାଏକ, ନି.ପୁଇଁତଲାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୁଇଁତଲା ଗୁଡ଼ିର ବୟୋଜ୍ୟେଷ୍ଠ ବ୍ୟକ୍ତି ବିଜୟ କୁମାର ସାଏଙ୍କ ସହ ସ୍ୱର୍ଗତ ବଳଦେବ ସାଏ, ଗୋଲାପ ବିହାରୀ ସାଏ, ଦେବେନ୍ଦ୍ର ସାଏ ଓ ସୁଶିଳ କୁମାର ସାଏ ଆଜି ମରଣତ୍ତୋର ସମ୍ମାନରେ ସମ୍ମାନିତ ହେଲେ । ମଣ୍ଡଳ ସମ୍ପାଦକ ତାରାକାନ୍ତ ସାଏଙ୍କ ସହ ଗୁଡ଼ିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ଗୁଡ଼ି ସମୀକ୍ଷକ ଜଗତ ବିହାରୀ ପଟେଲ ଧନ୍ୟବାଦ ପ୍ରଦାନ କରିଥିଲେ ।
Next Post