oom

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର : ମାଳ ମାଳ ସମସ୍ୟାର କେବେ ଘଟିବ ଅନ୍ତ

jsmm

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ବୈପାରିଗୁଡା ବ୍ଲକ ସଭାଗୃହରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏବିଡ଼ିଓ ନିବେଦିତା ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ଉପସ୍ଥିତ ରହି ଆସିଥିବା ଅଭିଯୋଗର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ବୈଠକ ସ୍ଥଳକୁ ଡାକି ନିର୍ଦେଶ ଦେବା ସହ କଣ ପାଇଁ ସମାଧାନ ହୋଇନି ପଚାରି ବୁଝିଥିଲେ । ତେବେ ପୂର୍ବ ଅଭିଯୋଗ ଶୁଣାଣି ସମୟରେ କରାଯାଇଥିବା ଅଭିଯୋଗ ଗୁଡିକ ମଧ୍ୟ କିଛି ଟା ସମାଧାନ ନ ହୋଇ ରହିଯାଇଥିବା ନେଇ ଜିଲ୍ଲାପାଳ ଶ୍ରୀ ଭାସନଙ୍କୁ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଦେଖା କରି ସରପଂଚ, ସମିତିସଭ୍ୟ ଓ ଜିଲ୍ଲାପରିଷଦ ସଭ୍ୟମାନେ ଅଭିଯୋଗ କରିଥିବା ଜଣାପଡିଛି । ନିର୍ବାଚିତ ପ୍ରତିନିଧିଗଣ ଖାଲି ନାମକୁ ମାତ୍ର ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ବ୍ଲକସ୍ତରରେ କରାଯାଉଥିବା କହିଥିଲେ । ତେବେ ଜିଲ୍ଲାପାଳ ଶ୍ରୀ ଭାସନ ତାଙ୍କ ପ୍ରତିକିୟାରେ ବଡ ବଡ ରାସ୍ତା କାମ ସହ କିଛି ବିଜ୍ର ଓ ପୋଲ ଭଳି ସମସ୍ୟା ଜିଲ୍ଲାସ୍ତରରେ ହୋଇ ପାରୁ ନଥିବାରୁ ସେଗୁଡିକ ବିଷୟରେ ରାଜ୍ୟ ସରକାରଙ୍କ ନଜରକୁ ନିଆଯାଇଛି ଏବଂ ସେଗୁଡିକ ଶୀଘ୍ର ପୂରଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ଗାଁ ଗହଳି ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ଜନ ସାଧାରଣମାନେ ପଂଚାୟତସ୍ତରରେ ଲୋକ ପ୍ରତିନିଧି ଚୟନ କରିଥିବା ବେଳେ ସେମାନଙ୍କ ସମସ୍ୟା ଓ ସାଧାରଣ ଜନତାଙ୍କ ସମସ୍ୟା ମଧ୍ୟ ସମାଧାନ କରିବାରେ ପ୍ରଶାସନ ବିଫଳ ହେଉଥିବାର ଶୁଣିବାକୁ ମିଳିଛି । ମୁଖ୍ୟତଃ ରାସ୍ତାଘାଟ, ପାନୀୟଜଳ, ବିଦ୍ୟୁତ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଭଳି ଅଭିଯୋଗଗୁଡିକ ଆସୁଥିବା ବେଳେ ଜିଲ୍ଲାପାଳ ତାହା ବିଭାଗୀୟ ଅଧିକାରୀଙ୍କ ଗ୍ରହଣରେ ସମାଧାନ କରିଥିବା ବେଳେ କିଛି ଘଟଣା ମାସ ମାସ ବିତି ଯାଉଥିବା ନିର୍ବାଚିତ ପ୍ରତିନିଧି କହିଛନ୍ତି । ଶିବିରକୁ ମୋଟ ୯୨ ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗୋଇବା ଭଳି ଅଭିଯୋଗ ହୋଇଥିଲା । ଏହାଛଡା ପାନୀୟଜଳ, ଖାଦ୍ୟ ସୁରକ୍ଷା, କୃଷି, ଗ୍ରାମ୍ୟ ଉନ୍ନୟନ ବିଭାଗରୁ ମଧ୍ୟ କିଛି କିଛି ଅଭିଯୋଗ ଆସିଥିଲା । ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ସିଡିଏ, ସିଡିଏମ୍‌, ଜୟପୁର ଉପଜିଲ୍ଲାପାଳ, ତହସିଲଦାର ସ୍ନିଗ୍ଧା ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହାଛଡା ବିଭିନ୍ନ ବିଭାଗର ପଦାଧିକାରୀମାନେ ଏଥିରେ ଯୋଗଦେଇ ଥିଲେ । ଅଭିଯୋଗ ଶୁଣାଣି ଶିବିରକୁ ସାମାଜିକ ସୁରକ୍ଷା ଅଧିକାରୀ କାର୍ତ୍ତିକ ପାଢୀଙ୍କ ସହ ବ୍ଲକ କର୍ମଚାରୀ ପ୍ରମୁଖ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.