jayashree

ଭୀମପାହାଡ଼ ମହୋତ୍ସବର ୩ୟ ସନ୍ଧ୍ୟାରେ ପୁତୁନା ଓ ଅଷ୍ଟମଲ୍ଲଙ୍କୁ ଆବାନ ଓ ଗୋପପୁରକୁ ପ୍ରେରଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅଧିନରେ ଥିବା ପର୍ଯ୍ୟଟନସ୍ଥଳୀ ଭୀମପାହାଡ଼ରେ ୧୯ତମ ଗିରି ଗୋବର୍ଦ୍ଧନ ପୂଜା ଉପଲକ୍ଷେ ୧୦ତମ ଭୀମପାହାଡ଼ ମହୋତ୍ସବର ରବିବାର ଥିଲା ତୃତୀୟ ସନ୍ଧ୍ୟା । ଏହି ସଭା ମଞ୍ଚରେ ଆୟୋଜକ କମିଟି ସଭାପତି ଲକ୍ଷ୍ମଣ ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିଲେ । ଦିନ ୧୧ଟା ସମୟରେ ଭୀମପାହାଡ଼ କଲ୍ୟାଣ ମଣ୍ଡପରେ ଭୀମପାହାଡ଼ର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା କାର୍ଯ୍ୟକ୍ରମରେ ଭୀମପାହାଡ଼ ମହୋତ୍ସବ କମିଟି ପକ୍ଷରୁ ଧନୁଯାତ୍ରା କମିଟି ନୁଆପାଲି ଓ ମହେଶ୍ୱରୀ ସଂଗଠନ ବଲାଙ୍ଗିରଙ୍କୁ ଭୀମପାହାଡ଼ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ପୂର୍ବତନ ସରପଞ୍ଚ ସ୍ୱର୍ଗତ ଲତିକା ଭୂଏ, ଶ୍ରଦ୍ଧାଞ୍ଜ‌ଳୀ ସାଏ, ଚକ୍ରଧର ମଲ୍ଲିକ ଓ ଟିଟିଲାଗଡ଼ ବ୍ଲକ ଖୋଳାନ ସରପଞ୍ଚ ନରେଶ ଅଗ୍ରୱାଲଙ୍କୁ ସମ୍ବଦ୍ଧିତ କରାଯାଇଥିଲା । କଂସ ଦରବାରର ତୃତୀୟ ସନ୍ଧ୍ୟାରେ ପୁତୁନା ଓ ଅଷ୍ଟମଲ୍ଲଙ୍କୁ ଆହ୍ୱାନ ଓ ଗୋପପୁରକୁ ପ୍ରେରଣ ଅଭିନୀତ ହୋଇଥିଲା । ଏହି କଂସ ଦରବାର ସାଂସ୍କୃତିକ କାର୍ଯ୍ୟକ୍ରମରେ କଂସ ମହାରାଜ ଭୂମିକାରେ ବରିଷ୍ଠ କଳାକାର ରବିନ୍ଦ୍ର ସାହୁ ଅଭିନୟ କରିଥିବା ବେଳେ ଉଗ୍ରେସନ ଗଜାଧର ପୁଟେଲ, ପୁତୁନା ଓ ଅକୃର ମଧୁ ରାଉତ, ସେନାପତି ହଂସ ଧ୍ୱଜ ଟିପୁନ ବାରିକ, ସିଂହଧ୍ୱଜ ଅନିଲ ବାରିକ, ମହାମନ୍ତ୍ରୀ ଜଗଦିଶ ମାହାର, ବସୁଦେବ ପୃଥ୍ୱୀରାଜ ବାଗ, ଦେବକୀ ବର୍ଷା ରାଣୀ, ଚାଣୁର ପୂର୍ଣ୍ଣନନ୍ଦ ସାହୁ, ମୁଷିକ ବନବାସ ଭୂଏ, ରାଜପ୍ରହରୀ ସରୋଜ ମହାକୁର, ରାଜଦୁତ ପ୍ରେମରାଜ ସାହୁ ଓ ରାଜ ନର୍ତ୍ତକୀ ଭାବେ ସରସ୍ୱତୀ, ଚୁନୁଙ୍କ ଅଭିନୟ ବେଶ ଚିତ୍ତାକର୍ଷକ ହୋଇଥିଲା ।

Leave A Reply

Your email address will not be published.