oom

ସଇଁତଲାରେ ସ୍ୱତନ୍ତ୍ର ଅଲମ୍ପିକ୍ସ ଜିଲ୍ଲା କ୍ରୀଡା ଉଦ୍‌ଯାପିତ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ରେଡ୍‌କ୍ରସ୍‌ ଭିନ୍ନକ୍ଷମ ବିଦ୍ୟାଳୟ ଠାରେ ଗତ ୨ ଦିନିଆ ସ୍ଵତନ୍ତ୍ର ଅଲମ୍ପିକ୍ସ ଜିଲ୍ଲା କ୍ରୀଡା କେନ୍ଦ୍ର ଉଦ୍‌ଯାପିତ ହୋଇଯାଇଛି । ଉକ୍ତ କ୍ରୀଡା କେନ୍ଦ୍ରକୁ ମୁଖ୍ୟ ଅତିଥି ଭାବେ ବିଡ଼ିଓ ତଥା ଅନୁଷ୍ଠାନର ସମ୍ପାଦକ ବିନୟ କୁମାର ଭୋଇ ଯୋଗଦାନ କରି ଉଭୟ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡାର ଅଭିମୁଖ୍ୟ ଉପରେ ଆଲୋଚକପାତ କରିବା ସହ ବିଜେତା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଏହାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଡ଼ିଓ ଶ୍ରୀ ଭୋଇ ଓ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ, ଦୃଷ୍ଟିହୀନ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବୁଲୁଶ୍ରୀ କମଳ ରଞ୍ଜନ ଶତପଥୀ, ମୁକ ବଧିର ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରେଡ୍‌କ୍ରସ୍‌ ବୌଦ୍ଧିକ ବିଦ୍ୟାଳୟର ଅଧ୍ୟକ୍ଷ ଦେବାନନ୍ଦ ସାହୁଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଥିଲା । ଏଥିରେ ଆନ୍ତର୍ଜାତୀୟ କୋଚ୍ ତଥା ସ୍ଵତନ୍ତ୍ର ଅଲମ୍ପିକ୍ସ ଭାରତ ଓଡ଼ିଶାର ଉପ ସଭପତି ଉମାକାନ୍ତ ଷଡ଼ଙ୍ଗୀ କ୍ରୀଡା କେନ୍ଦ୍ର ପ୍ରତିଷ୍ଠା ସହ ସ୍ଵତନ୍ତ୍ର ଅଲମ୍ପିକ୍ସ ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରକାଶ କୁମାର ରଥଙ୍କ ପୂର୍ଣ୍ଣ ସହାୟତା ଯୋଗୁ କ୍ରୀଡା କେନ୍ଦ୍ର ଭିନ୍ନକ୍ଷମ ଖେଳାଳି ଓ ସାଧାରଣ ଖେଳାଳିମାନଙ୍କ ତାଲିମ ପ୍ରଶିକ୍ଷଣ ଓ ପ୍ରତିଦ୍ୱନ୍ଦିତା ନିମନ୍ତେ ଅନେକ ସୁଯୋଗ ଓ ସମ୍ଭାବନା ଆଣିପାରିବ । ଉକ୍ତ କ୍ରୀଡାରେ ସମସ୍ତ କର୍ମଚାରୀ, ସାଧାରଣ ଜନତା ଓ ପ୍ରଶାସନ ଏକତ୍ର ସହଯୋଗର ହାତ ବଢ଼ାଇବାକୁ ଆହ୍ୱାନ ଦେଇଥିଲେ । ଏହାପରେ ସଇଁତଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ଭୋଇ ତାଙ୍କ ବକ୍ତବ୍ୟରେ ଖେଳ ପଡିଆର ଭିତ୍ତି ଭୂମିର ବିକାଶ ଓ ସୌନ୍ଦର୍ଯ୍ୟ ନିମନ୍ତେ ପ୍ରଶାସନ ତରଫରୁ ସମସ୍ତ ସହାୟତା ପ୍ରଦାନ ପାଇଁ ପ୍ରତି ଶୃତି ଦେଇଥିଲେ । ଉକ୍ତ କ୍ରୀଡା କେନ୍ଦ୍ରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା କ୍ରୀଡାବିତ୍ ମାନଙ୍କୁ ୪ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି କୋଚ୍ ଶ୍ରୀ ସଡଙ୍ଗୀ ପ୍ରକାଶ କରିଥିଲେ । ଉକ୍ତ ଉତ୍ସବରେ ଆନ୍ତର୍ଜାତୀୟ କ୍ରୀଡାବିତ୍ ବୈଷ୍ଣବ ରାଜପଲ୍ଲିଆଙ୍କୁ କ୍ରୀଡା କେନ୍ଦ୍ର ପ୍ରଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସହଯୋଗୀ କୋଚ୍ ସନୋଜ ଦେହୁରୀ ଓ ବାଣୀଶ୍ରୀ ମିଶ୍ରଙ୍କୁ ଦିଆଯାଇଛି । ଉକ୍ତ କ୍ରୀଡା କେନ୍ଦ୍ର ଉଦ୍‌ଘାଟନ ସମାରୋହରେ ତିନୋଟି ବିଦ୍ୟାଳୟର ଶିକ୍ଷକ, ଶିଷୟିତ୍ରୀ ଓ ଅଣ ଶିକ୍ଷକ କର୍ମଚାରୀମାନେ ସହଯୋଗ କରିଥିଲେ । ଶେଷରେ ସ୍ଵତନ୍ତ୍ର ଅଲମ୍ପିକ୍ସ ଓଡ଼ିଶା ମୁଖ୍ୟ ପ୍ରକାଶ କୁମାର ରଥଙ୍କୁ ମଧ୍ୟ ଅନୁଷ୍ଠାନ ତରଫରୁ ସ୍ଵତନ୍ତ୍ର ଧନ୍ୟବାଦ୍ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡେଙ୍ଗ ହାଇ ସ୍କୁଲର ଛାତ୍ରଛାତ୍ରୀ, ଆଶ୍ରା ବଲାଙ୍ଗିରର ଛାତ୍ରଛାତ୍ରୀ ଓ ଆର୍‌ଏସ୍‌ଡିର ତିନୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ ମୋଟ୍‌ ୨୦୦ରୁ ଅଧିକ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.