ଯୁବତୀକୁ ୭ ମାସର ଗର୍ଭବତୀ କରି ଧମକ୍‌ଚମକ୍‌ ଦେବା ଅଭିଯୋଗରେ ବିବାହିତ ଯୁବକ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଧୀନ ବଡ଼ମାଳ ଫାଣ୍ଡି ନିକଟସ୍ଥ ଗଣ୍ଡପତ୍ରାପାଲି ଗାଁରେ ଜଣେ ଯୁବତୀକୁ ବିବାହ ପ୍ରତିଶ୍ରୁତି ଦେବା ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବା ଦ୍ୱାରା ଯୁବତୀ ଜଣକ ୭ ମାସର ଗର୍ଭବତୀ ଥିବା ନେଇ ଯୁବତୀ ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଘଟଣାକୁ ଭିର୍ତ୍ତି କରି ଥାନା କେସ ନଂ ୪୫୫/୨୪ କ୍ରମେ ଦଫା ୩୮୧(୨)/୮୧/୨୯୬/୩୫୧(୨) ଡିଏନ୍‌ଏସ୍‌ରେ ଏକ ମାମଲା ରୁଜୁ ହୋଇଛି । ଏଥିରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଥିବାବେଳେ ଜାମିନ ନାଁ ମଞ୍ଜୁର ହେବା ପରେ ଟିଟିଲାଗଡ଼ ଜେଲ୍‌ ହାଜତକୁ ପଠାଯାଇଛି । ଗିରଫ ଅଭିଯୁକ୍ତ ସୌମ୍ୟ ରଞ୍ଜନ ବଗର୍ତ୍ତି (୩୦) ଗଣ୍ଡପତ୍ରାପାଲି ଗାଁର ବୋଲି ଜଣାପଡିଛି । ପ୍ରକାଶ ଯେ, ଗଣ୍ଡପତ୍ରାପାଲି ଗାଁ ଜନୈକା ଯୁବତୀ ତିଲୋତମା ଦଣ୍ଡସେନା ଓ ସୌମ୍ୟ ସହ ୧ ବର୍ଷରୁ ଅଧିକ ହେବ ଉଭୟ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏଥିରେ ସୌମ୍ୟ ବିବାହିତ ହୋଇଥିବା ସହ ୨ ଗୋଟି ସନ୍ତାନ ବାପା ହୋଇଥିବା ସହ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ରଖିଥିଲେ । ଏଥିରେ ତିଲୋତମ ୭ ମାସ ଗର୍ଭବତୀ ହେବା ପରେ ବିବାହ ପାଇଁ ବାରମ୍ବାର କହିବା ପରେ ସୌମ୍ୟ ମନା କରିବା ସହ ମାରିଦେବା ପାଇଁ ଧମକଚମକ ଦେଇଥିବା ନେଇ ଯୁବତୀ ଜଣକ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଏତଲାରେ ଦର୍ଶାଇଛନ୍ତି । ଏହାପରେ ଉଭୟଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇ ଅଭିଯୁକ୍ତ ସୌମ୍ୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଉକ୍ତ ମାମଲାକୁ ଥାନା ଅଧିକାରୀ ସୁଶାନ୍ତ ବଢ଼େଇଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇ ଗୋଇଣ୍ଡି ଖାଁ ଅଧିକ ତଦନ୍ତ ଜାରୀ ରହିଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.