jayashree

କୋଏଲ ନଦୀରେ ବୁଡି ନାବାଳକ ନିଖୋଜ : ଘଟଣାସ୍ଥଳରେ ପହଞ୍ଚିଲେ ବିଧାୟକ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରାଞ୍ଚଳରେ ସେକ୍ଟର-୨୦ ପମ୍ପ ହାଉସ ନିଜଟରେ ରହୁଥିବା ଭାରତୀୟ ଜନତା ପାର୍ଟିର ବୁଥ ସଭାନେତ୍ରୀ ଫୁଲ କୁମାରୀ ବଡାଇକଙ୍କ ପୁଅ ପ୍ରତୀକ କୁମାର ବଡାଇକ(୧୨) ହମିରପୁର ନିକଟ ଦେଇ ଯାଇଥିବା କୋଏଲ ନଦୀ ଘାଟରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି । ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ପ୍ରତୀକକୁ ଖୋଜି ଥିବାବେଳେ ସନ୍ଧ୍ୟା ସୁଦ୍ଧା ପ୍ରତୀକଙ୍କ କୌଣସି ସନ୍ଧାନ ମିଳିନଥିବା ଜଣାପଡିଛି । ଏହି ଘଟଣାର ଖବର ପାଇ ରଘୁନାଥପଲ୍ଲୀ ବିଧାୟକ ଦୂର୍ଗାଚରଣ ତନ୍ତୀଙ୍କ ସହ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ, ସମ୍ପାଦକ ଅଜୟ କଂସାରୀଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.