jayashree

ଶ୍ମଶାନ ଘାଟକୁ ବିରୋଧ କରି ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କଲେ ଗ୍ରାମବାସୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଆଞ୍ଚଳ ଅଧୀନସ୍ତ ଦାମୋଦରପୁର ଗ୍ରାମ ଜନବସତିକୁ ଲାଗି ନିର୍ମାଣଧିନ ହେଉଥିବା ଶ୍ମଶାନ ଘାଟକୁ ଗ୍ରାମବାସୀ ବିରୋଧ କରି ଆସୁଛନ୍ତି । ଏନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଲିଖିତ ଭାବେ ଜଣାଇ ଉକ୍ତ ସ୍ଥାନରେ ଶ୍ମଶାନ ଘାଟ ବଦଳରେ ଶିଶୁ ଉଦ୍ୟାନ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଅନୁରୋଧ କରିଛନ୍ତି । ଉକ୍ତ ସ୍ଥାନରେ ଶବଦାହ କରାଗଲେ ବାୟୁ ପ୍ରଦ୍ୟୁଷଣ ହୋଇ ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବେ ବୋଲି ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି । ଏଥି ସହିତ ଛତ୍ରପୁର ବିଧାୟକ ଓ ଏନ୍‌ଏସି ଅଧ୍ୟକ୍ଷାଙ୍କୁ ମଧ୍ୟ ସେଠାରୁ ମଶାଣି ପ୍ରକଳ୍ପ ହଟାଇବାନେଇ ଲିଖିତ ଭାବେ ଜଣାଇଛନ୍ତି ।

Leave A Reply

Your email address will not be published.