jayashree

ବଲାଙ୍ଗିର ଜିଲ୍ଲାବାସୀଙ୍କ ପାଇଁ ଦୀପାବଳି ଭେଟି : ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ପାଟଣାଗଡ଼, (ଅଶୋକ କୁମାର ବାଗ) : ଆଜି ବଲାଙ୍ଗିର ଜିଲ୍ଲା ପାଇଁ ଖୁସିର ଖବର । ଅଣ ଜଳସେଚିତ ଜିଲ୍ଲାକୁ ଜଳସେଚନ ପାଇଁ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବେଲପଡା ହାଇସ୍କୁଲ ଖେଳ ପଡିଆରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ଅସ୍ଥାୟୀ ହେଲିପ୍ୟାଡ଼ ଯୋଗେ ସଭାସ୍ଥଳକୁ ପହଂଞ୍ଚି ଥିଲେ । ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଥମେ କଣ୍ଟାବାଞ୍ଜି ବିଧାୟକ ନିଜ ଅଭିଭାଷଣ ରଖି ଆଜି ବଲାଙ୍ଗିର ଜିଲ୍ଲାର ସ୍ୱପ୍ନ ପୂରଣ ହେବାକୁ ଯାଉଛି । ଚାଷୀ ମାନଙ୍କ ପାଇଁ ଜଳ ସେଚନର ସୁବିଧା କରାଯାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସେହିପରି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମଧ୍ୟ ଆଜି ଯେଉଁ ବିଭିନ୍ନ ପ୍ରକଳ୍ପର ଶିଳାସ୍ୟାନ ହେଉଛି ତାହା ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ବୋଲି କହିଥିଲେ । ବିରୋଧୀ ଦଳରେ ବିଜେପି ଥିବା ସମୟରେ ଚାଷୀଙ୍କ ହକ୍‌ ଅଧିକାର ପାଇଁ ଲଢେଇ କରିଛି । ଜଳସେଚନ କେମିତି ହେବ ସେନେଇ କାମ କରିଛି । ଆଜି ଦୀର୍ଘ ବର୍ଷର ଦାବୀ ପୂରଣ ହେବାକୁ ଯାଉଛି ବେଲପଡା ଅଞ୍ଚଳରେ ଅପରଲାନ୍ଥ ଜଳ ସେଚନ ପ୍ରକଳ୍ପର ଶିଳାନ୍ୟାସ କରାଯାଉଛି । ଏହି ପ୍ରକଳ୍ପ ଯୋଗୁ ଅଞ୍ଚଳରେ ଥିବା ୩୮ ହଜାରରୁ ଅଧିକ ଚାଷୀ ଉପକୃତ ହେବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ । ରାଜ୍ୟରେ ବିଜେପି ସରକାର ଗଠନ ହେବାର କିଛି ମାସ ଭିତରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଆସି ଏଠାକାର ଲୋକଙ୍କ ସହ ଦୁଃଖ ସୁଖ ହୋଇ ପାରିଛନ୍ତି ତେଣୁ ସେ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ନିର୍ବାଚନ ସମୟରେ ବିଜେପି ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା ଆଜି ତାହା ପୂରଣ କରୁଛି । ଏହି ପ୍ରକଳ୍ପ ମଧ୍ୟ ଶୀଘ୍ର କାମ ସାରି କାର୍ଯ୍ୟକ୍ଷମ କରିବାକୁ ଉପମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ବଲାଙ୍ଗିର ଜିଲ୍ଲାରେ ୮୯୦ କୋଟି ଟଙ୍କାରେ ୮୩ଟି ପ୍ରକଳ୍ପର ଆଜି ଶୁଭାରମ୍ଭ ହୋଇଥିବା ଉପମୁଖ୍ୟମନ୍ତ୍ରୀ କହିଥିଲେ । ସାଂସଦ ନିରଂଜନ ବିଶି ଆଜିର ଏହି ଉନ୍ନତି ମୂଳକ କାମରେ ସାମିଲ ହୋଇଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଦିଆଯାଇଥିଲା । ଦଳ ଗତ ନିର୍ବିଶେଷରେ ସମସ୍ତେ ଏକ ହୋଇ ବଲାଙ୍ଗିର ଜିଲ୍ଲାର ଉନ୍ନତି ପାଇଁ କାମ କରିବାକୁ ବଲାଙ୍ଗିର ସାଂସଦ ଉଦ୍‌ବୋଧନ ଦେଇଥିଲେ ।

Leave A Reply

Your email address will not be published.