ବନବିଭାଗ ପକ୍ଷରୁ ପେଟ୍ରୋଲିଙ୍ଗ ବେବସ୍ତା ଆରମ୍ଭ ଋଷିକୂଲ୍ୟା ମୁହାଁଣ କୁ ନୋ ଫିସିଙ୍ଗ ଜୋନ ଘୋଷଣା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଅଲିଭ ରିଡଲେଙ୍କ ସୁରକ୍ଷା ନେଇ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣକୁ ନୋ ଫିସିଙ୍ଗ ଜୋନ ଭାବେ ଘୋଷଣା କରିଛି ବନବିଭାଗ । ପ୍ରତିବର୍ଷ ପରି ଏ ବର୍ଷ ନଭେମ୍ବର ମାସ ପହିଲାରୁ ପେଟ୍ରୋଲିଙ୍ଗ ବ୍ୟବସ୍ଥା କରାଯାଇଛି । ବ୍ରହ୍ମପୁର ଡି.ଏଫ.ଓ ସନି ଖୋଖର ଶୁଭମନସୀ ମୁହାଁଣ ନିକଟରେ ଶ୍ରୀଫଳ ଭାଙ୍ଗିବା ସହ ପୂଜାର୍ଚ୍ଚନା କରି ପେଟ୍ରୋଲିଙ୍ଗ ବେବସ୍ତର ଶୁଭାରମ୍ଭ କରିଛିନ୍ତି । ଏ.ସି.ଏଫ ଦିବ୍ୟ ରଞ୍ଜନ ବେହେରା, ଫରେଷ୍ଟର ନୀଳ ମାଧବ ଜେନା, ପ୍ରଦୀପ ପଣ୍ଡା, କାମନା ଭୂୟାଁ, ବନରକ୍ଷୀ ତପନ କୁମାର ନନ୍ଦ, ଋଷିକୁଲ୍ୟା କଇଁଚ ସୁରକ୍ଷା ସମ୍ପାଦକ ରବିନ୍ଦ୍ର ନାଥ ସାହୁ ପ୍ରମୁଖଙ୍କ ସହ ସମସ୍ତ ବନ କର୍ମଚାରୀମାନେ ଉପସ୍ଥିତ ଥିଲେ । ଋଷିକୁଲ୍ୟା ମୁହାଁଣ ଠାରୁ ଉତ୍ତର ଦିଗରେ ପ୍ରାୟଗି ପର୍ଯ୍ୟନ୍ତ ୧୦ କିଲୋମିଟର, ଦକ୍ଷିଣରେ ଆର୍ଜିପଲ୍ଲୀ ପର୍ଯ୍ୟନ୍ତ ୧୦ କିଲୋମିଟର ଓ ସମୁଦ୍ର ମଧ୍ୟକୁ ୧୦ କିଲୋମିଟର ପର୍ଯ୍ୟନ୍ତ ନୋ ଫିସିଙ୍ଗ ଜୋନ ଭାବେ ଘୋଷଣା କରାଯାଇଛି । ଟ୍ରଲର, ମେସିନ ଚାଳିତ ଡ଼ଙ୍ଗା ଉକ୍ତ ନୋ ଫିସଙ୍ଗ ଜୋନରେ ମାଛ ମାରିବାପାଇଁ ବାରଣ କରାଯାଇଛି ।

Leave A Reply

Your email address will not be published.