ପିପଲମୁଣ୍ଡାରେ ବଙ୍ଗୋମୁଣ୍ଡା କ୍ଲଷ୍ଟରସ୍ତରୀୟ ଶିକ୍ଷକଙ୍କୁ ନେଇ ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ପଂଚାୟତ ଅନ୍ତର୍ଗତ ପିପଲମୁଣ୍ଡା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ବଙ୍ଗୋମୁଣ୍ଡା କ୍ଲଷ୍ଟରସ୍ତରୀୟ ଶିକ୍ଷକମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଙ୍ଗୋମୁଣ୍ଡା କ୍ଲଷ୍ଟର ସିଆର୍‌ସିସି ଜିତାମିତ୍ର ବିଶିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମାନ ନିର୍ଦ୍ଧାରଣ, ବ୍ୟବହାର ଅଫ ଟାବଲେଟ୍‌, ଏଫ୍‌ଏଲ୍‌ଏନ୍‌, ଭିଏଏସ୍‌ ବିଷୟ ଉପରେ ବିସ୍ତ୍ରୁତ ଭାବେ ଆଲୋଚନା କରାଯାଇଥିଲା । ଏଥିରେ ଶିକ୍ଷକ ଭଗବାନ ମାଝୀ, ଯୁଧିଷ୍ଠିର ନାଗ, ହରିରାମ ସତନାମୀ, ଭଜମନ ବିଶ୍ୱାଳ, ଶଶିଭୂଷଣ ଖମାରୀ, ଜିତେନ୍ଦ୍ର ଭତ୍ରା, ଇନ୍ଦ୍ର ଭୋଇ, ତୀବ୍ରରାଜ ମେହେର, ଡୋଲାମଣି ରଣା, କାର୍ତ୍ତିକ ଭୁଏ, ବିଜୟା ବିଦୁସ୍ମିତା ପଣ୍ଡା, ସୁବ୍ରତ ରାୟ, ସଞ୍ଜୟ ପ୍ରଧାନୀ, ମିନିକେତନ ମାଝୀ, ପରମେଶ୍ୱର ମେହେର ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.