ସାଂସଦ ଓ ବିଧାୟକ ମୁନିଗୁଡ଼ା ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ମୁନିଗୁଡା ବ୍ଲକ ଗସ୍ତରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକା । ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ କରିଛନ୍ତି ଶ୍ରୀ ଉଲାକା । ପ୍ରଥମେ ତାଙ୍କୁ ଦଳ ତରଫରୁ ସ୍ୱାଗତ କରାଯାଇଥିଲା ପରେ ସେ ବସ୍‌ଷ୍ଟାଣ୍ଡ ଛକ ନିକଟରେ ଥିବା ସହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ପରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଏକ ଦଳୀୟ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ଉନ୍ନୟନ କାମ ବିଷୟରେ ଆଲୋଚନା କରିଥିଲେ । ଏହା ପରେ ମୁନିଗୁଡାର ରେଳ ଷ୍ଟେସନରେ ପହଞ୍ଚି ଅମୃତ ଭାରତ ଯୋଜନାରେ ଚାଲିଥିବା କାର୍ଯ୍ୟ ଗୁଡିକର ତଦାରଖ କରିବା ସହ ଷ୍ଟେସନ୍‌ ମ୍ୟାନେଜର ଓ ବିଭାଗୀୟ ଅଧିକାରୀ ଏବଂ ମୁନିଖୋଲ ପଞ୍ଚାୟତର ସକଟା ଠାରେ ଥିବା ଜଳସେଚନର ଚେକ୍ ଡେମର ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୁଦ୍ରଜଳ ସେଚନ ବିଭାଗର କନିଷ୍ଠଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏନେଇ ସମ୍ପୃକ୍ତ ବିଭାଗର ଉଚ୍ଚ ପଦସ୍ଥ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ଚେକ ଡେମ କାର୍ଯ୍ୟ କରାଯିବ ବୋଲି ସାଂସଦ ଚାଷୀମାନଙ୍କୁ ପ୍ରତିଶ୍ରୃତି ଦେଇଥିଲେ । ମୁନିଗୁଡାର ବାଇପାସ ରାସ୍ତା, ଏକଲବ୍ୟ ବିଦ୍ୟାଳୟ, ଆଇଟିଆଇ କଲେଜ ସ୍ଥାପନ କରିବା ସହ ବିଭିନ୍ନ ସମସ୍ୟା ଗୁଡିକର ସମାଧାନ କରାଯିବ ବୋଲି ସାଂସଦ ଶ୍ରୀ ଉଲାକା ପ୍ରକାଶ କରିଥିଲେ । ସାଂସଦଙ୍କ ଗସ୍ତ ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ନୀଳମାଧବ ହିକକା, ମୁନିଗୁଡା ବ୍ଲକ କଂଗ୍ରେସ ସଭାପତି ନୀଳାମ୍ବର ବିଭାର, ସାଂସଦ ପ୍ରତିନିଧି ରଜନୀକାନ୍ତ ପଡାଲ, ପୂର୍ବତନ ସାଂସଦ ପ୍ରତିନିଧି ମାନସ ରଂଜନ ବେହେରା, ବାଦଲ ବେହେରା, ବିଷମକଟକ ସାଂସଦ ପ୍ରତିନିଧି ଦିଲ୍ଲୀପ ପଟ୍ଟନାୟକ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ, ସୂର୍ଯ୍ୟ ପାଲକିଆ, ବରିଷ୍ଠ କଂଗ୍ରେସ ନେତା ରମେଶ ପାଲକିଆ ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ ଦଳୀୟ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.