ଭୋଇପଡାରେ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଟିଟିଲାଗଡ଼-ବଙ୍ଗୋମୁଣ୍ଡା ୫୯ ନମ୍ବର ଜାତୀୟ ରାଜପଥର ମୁରିବାହାଲ ବ୍ଲକ ଭୋଇପଡା ଗ୍ରାମ ନିକଟ ମକସିରମୁଣ୍ଡା ପୋଖରୀ କାଳ ସାଜିଥିବା ବେଳେ ଏଠାରେ ଦୁର୍ଘଟଣା ବହୁମାତ୍ରାରେ ବୃଦ୍ଧି ପାଇବା ସହ ଦୁର୍ଘଟଣାରେ ଅନେକଙ୍କ ଜୀବନ ଯାଇସାରିଛି । ଏହି ପୋଖରୀ ଭିତରକୁ ପଶିଯାଇ ବହୁ ଲୋକ ମରିଛନ୍ତି । ଏହି କାଳ ପୋଖରୀକୁ ପୋତିଦେବା ପାଇଁ ଦାବି ହୋଇଥିବା ବେଳେ ଗୁରୁଣ୍ଡା-ଭୋଇପଡା ଗ୍ରାମବାସୀଙ୍କ ଉଦ୍ୟମରେ ମଙ୍ଗଳବାର ଦିନ ମକସିର ମୁଣ୍ଡା ନିକଟରେ ପଞ୍ଚମୁଖୀ ହନୁମାନଙ୍କ ମନ୍ଦିର ଏବଂ ବିଗ୍ରହ ପ୍ରତିଷ୍ଠା କରାଯାଇଛି । ପୂଜା କର୍ତ୍ତା ଭାବେ ସୁଶୀଲ କୁମାର ଭୋଇ ଓ ପୂଜକ ଭାବେ ପଣ୍ଡିତ ଡ଼. ନାରାୟଣ ମିଶ୍ର ପ୍ରତିଷ୍ଠା କାର୍ଯ୍ୟ ନିର୍ବାହ କରିଥିଲେ । ସହଦେବ ସାହୁ, ମାଧବ ସରାଫ, ଦୁତିଆ ଭୋଇ, ବିଦେଶୀ ବାଗ, ଫାଟଲି ବାଗ, ପାଣ୍ଡବ ସାହୁ, ସନ୍ତୋଷ ସରାଫ, ଗୋଇମୁଣ୍ଡ ସରପଞ୍ଚ କାଳିଆ ସରାଫ, କଶ୍ୟପ ସରାଫ, ତେଜୁରାମ ସରାଫ, ବସନ୍ତ ସରାଫ, ରାମଚନ୍ଦ୍ର ସରାଫ, ଶମ୍ଭୁକାନ୍ତ ସାହୁ, ପୀତବାସ ସାହୁ, କାମଦେବ ସାହୁ, ବିନୋଦ ସରାଫ, ଯଯାତି ସରାଫ, ବୀର ଭୋଇ, ଟିକେଶ୍ୱର ସରାଫ, ତୁଲେଶ୍ଵର ମାଝୀ ପ୍ରମୁଖ ପୂଜା ଏବଂ ଯଜ୍ଞ କାର୍ଯ୍ୟରେ ଉପସ୍ଥିତ ରହି ସହଯୋଗ କରିଥିଲେ । ଗଁରେଇ ଜୋନ ଜିଲା ପରିଷଦ ସଦସ୍ୟା ନିରୁପମା ଗହୀର, ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଅବସରପ୍ରାପ୍ତ ସୈନିକ ତଥା ଯୁବନେତା ଗିରିରାଜ ସିଂ ମାଝୀ, ପୁରୁଷୋତ୍ତମ ଗହୀର, ଦିଲ୍ଲୀପ ପୃଷ୍ଟି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଦୁର୍ଘଟଣା ପ୍ରବଣ ପୋଖରୀ ନିକଟରେ ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.