ସଇଁତଲା ଶିଶୁ ବିଦ୍ୟା ମନ୍ଦିରରେ ସମ୍ଭାଗସ୍ତରୀୟ ଶିକ୍ଷା ପରିଷଦ କର୍ମଶାଳା

ସଇଁତଲା, (ପ୍ରମୋଦ ସେଲମା) : ଗତ ୨ ଦିନ ଧରି ସଇଁତଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ଠାରେ ଶିକ୍ଷା ବିକାଶ ସମିତି ଓଡ଼ିଶା ଓ ଦକ୍ଷିଣ ପଶ୍ଚିମ ସମ୍ଭାଗଙ୍କ ଯୋଜନା ଅନୁସାରେ ସମ୍ଭାଗ ସ୍ତରୀୟ ଶିକ୍ଷା ପରିଷଦ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟଶାଳାକୁ ମୁଖ୍ୟଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦାନ କରି ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ । ଉକ୍ତ ଉତ୍ସବରେ ଦକ୍ଷିଣ ପଶ୍ଚିମ ସଂଭାଗର ସହ ସଂଭାଗ ସଂଯୋଜକ ତଥା ବଲାଙ୍ଗିର ବିଭାଗ ନିରୀକ୍ଷକ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କ ତତ୍ତ୍ଵାବଧାନରେ ପରିଚାଳନା ସମିତିର ସମ୍ପାଦକ ଭୀମସେନ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସୋନପୁର ଓ ବୌଦ୍ଧ ବିଭାଗ ନିରୀକ୍ଷକ ମନୋରଞ୍ଜନ କର, ନୂଆପଡ଼ା ବିଭାଗ ନିରୀକ୍ଷକ ଯୁବରାଜ କୁଦେଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ହେମନ୍ତ ଭୋଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଉକ୍ତ ଉତ୍ସବରେ ପ୍ରାନ୍ତ ମାଧ୍ୟମିକ ବିଭାଗ ଶିକ୍ଷା ସଂଯୋଜକ ଆଶିଷ ରଥ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟଶାଳାରେ ବଲାଙ୍ଗିର, ନୂଆପଡ଼ା, ସୋନପୁର ଓ ବୌଦ୍ଧ ୪ ଗୋଟି ଜିଲ୍ଲାର ୧୪ଟି ସଙ୍କୁଲରୁ ମୋଟ୍‌ ୨୦୦ ଜଣ ସାହିତ୍ୟ, ଗଣିତ, ବିଜ୍ଞାନ, ସାମାଜିକ, ଇତିହାସ, ଭୂଗୋଳ ବିଷୟ ପ୍ରମୁଖ ମାନେ ଭାବେ କାର୍ଯ୍ୟଶାଳାରେ ଅଂଶ ଗ୍ରହଣ କରିଥିଲେ । ଉତ୍ସବରେ ସ୍ଥାନୀୟ ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ନୂତନ ହୋତା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଭଉଣୀ ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଶ୍ରୀ ଭୋଇ ଶିକ୍ଷାର ମହତ୍ତ୍ଵ ତଥା ଗୁରୁଶିଷ୍ୟ ପରମ୍ପରା ବିଷୟରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଭୀମସେନ ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରି ପ୍ରଥମ ଦିନର କାର୍ଯ୍ୟକ୍ରମଟି ସମାପ୍ତ ହୋଇଥିଲା । ଏହାର ଦ୍ଵିତୀୟ ଦିବସ ସମାରୋପ ଉତ୍ସବରେ ସ୍ଥାନୀୟ ବିଦ୍ୟାଳୟ ତଥା ପରିଚାଳନା ସମିତିର ଉପସଭାପତି ନାରାୟଣ ଜାଲଙ୍କ ସଭାପତିତ୍ୱରେ ସମ୍ପାଦକ ଭୀମସେନ ସ୍ୱାଇଁ, ସହ ସଂଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ମହାନ୍ତି, ନୂଆପଡା ବିଭାଗ ନିରୀକ୍ଷକ ଯୁବରାଜ କୁଦେଇ ଓ ସୋନପୁର ତଥା ବୌଦ୍ଧ ବିଭାଗ ନିରୀକ୍ଷକ ମନୋରଞ୍ଜନ କର ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଉକ୍ତ ଦିବସରେ ଅତିଥିମାନଙ୍କ ଦ୍ଵାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୂମା ତଥା ସେବକ, ସେବିକା ଉକ୍ତ କାର୍ଯ୍ୟଶାଲାକୁ ସଫଳ ମଣ୍ଡିତ କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.