ଜୀବନ ବୀମା ନିଗମର ଅଭିକର୍ତ୍ତା ସଂଘର ୫ ଦଫା ଦାବି ନେଇ ଧାରଣା

ରାଉରକେଲା, (ସସ୍ମିତା ପ୍ରଧାନ) : ସର୍ବ ଭାରତୀୟ ଜୀବନ ବୀମା ନିଗମର ଅଭିକର୍ତ୍ତା ସଂଘ ତରଫରୁ ୮ଟି କ୍ଷେତ୍ରିୟ, ୧୧୩ଟି ମଣ୍ଡଳ, ୨୦୪୮ ଶାଖା, ୧୩୮୧ ସ୍କାଏ ଲାଇଟ କାର୍ଯ୍ୟାଳୟ ସମ୍ମୁଖରେ ସର୍ବମୋଟ ୧୪ ଲକ୍ଷ ଅଭିକର୍ତ୍ତା ମୁଖ୍ୟ ୫ଟି ଦାବିକୁ ନେଇ ସମସ୍ତ ବୀମା କାର୍ଯ୍ୟାଳୟ ସମ୍ମଖରେ ଧାରଣା ପ୍ରଦର୍ଶନ କରିଛନ୍ତି । ଭାରତୀୟ ଜୀବନ ବୀମା ନିଗମର ୧୯୫୬ ନିୟମାନୁଯାୟୀ ଅଭିକର୍ତ୍ତାଙ୍କର କମିଶନକୁ ପୂର୍ବ କମିଶନ ଦର ଠାରୁ ଚଳିତ ମାସ ୧ ତାରିଖ ଠାରୁ ଶତକଡା ୨୦%କୁ ହ୍ରାସ, ନୂତନ ଭାବେ କ୍ଲବେକ୍ ନିୟମ ଲାଗୁ, ନୂତନ ଭାବେ ପଲିସି କରିବାର ପ୍ରବେଶ ବୟସ ସୀମା ହ୍ରାସ, ବୀମାରାଶି ବୃଦ୍ଧି, ଇତ୍ୟାଦି ଅନ୍ୟାୟକୁ ଦୃଢ଼ ପ୍ରତିବାଦ କରିବା ସହିତ ନ୍ୟାର୍ଯ୍ୟ ଅଧିକାର, ସମ୍ମାନ, ବୃତ୍ତିଗତ ସୁରକ୍ଷା ନିମନ୍ତେ ସର୍ବ ଭାରତୀୟ ଅଭିକର୍ତ୍ତା ଗଣ ସମ୍ପୂର୍ଣ୍ଣ ସହମତ ସହିତ ଏକତାର ହାତ ବଢ଼େଇ ସମସ୍ତ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଏକଦିବସୀୟ ଧାରଣା କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହିତ କର୍ତ୍ତୃପକ୍ଷଙ୍କୁ ସମ୍ପୂର୍ଣ୍ଣ ଅସହଯୋଗ କରିଥିଲେ । ଉଚ୍ଚସ୍ତରୀୟ କେନ୍ଦ୍ରୀୟ ପ୍ରବନ୍ଧନଙ୍କୁ, କଳା କାନୁନକୁ ରଦ୍ଦ କରିବା, କମିଶନ ଦର ପୁନର୍ଗଠନକୁ ପୁଣି ଥରେ ପୁରୁଣା ଦରକୁ ଫେରେଇ ନେବା, ନୂତନ ବୀମା କ୍ଷେତ୍ରରେ ବୟସ ସୀମାକୁ ବୃଦ୍ଧି ନିମନ୍ତେ ଦାବି ଉପସ୍ଥାପନ କରାଯାଇଛି । ସେକ୍ଟର -୧୯ ସ୍ଥିତ, ରାଉରକେଲା ଶାଖା ଜୀବନ ବୀମା ନିଗମର ଅଭିକର୍ତ୍ତା ମଧ୍ୟ ଧାରଣାରେ ବସିଥିଲେ । ରାଉରକେଲା ଶାଖା କାର୍ଯ୍ୟାଳୟର ଅଭିକର୍ତ୍ତା ସଂଘର ସଭାପତି ସୁବ୍ରତ କୁମାର ମହାନ୍ତି ଧାରଣା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଉକ୍ତ ଧାରଣା କାର୍ଯ୍ୟକ୍ରମରେ ପୂର୍ବକେନ୍ଦ୍ରୀୟ କ୍ଷେତ୍ରିୟ ପରିଷଦର କୋଷାଧ୍ୟକ୍ଷ ଯୁବଜାନି ବେଜ, ସମ୍ବଲପୁର ମଣ୍ଡଳ ପରିଷଦର କୋଷାଧ୍ୟକ୍ଷ ଅମର ବିଜୟ ପୃଷେଠ, ଶାଖା କାର୍ଯ୍ୟାଳୟର ଅଭିକର୍ତ୍ତା ସଂଘର ସମ୍ପାଦକ ସଞ୍ଜୟ କୁମାର ସାହୁ, ତିରୁପତି ବକ୍ସି , ସୁବ୍ରତ କୁମାର ବିଶ୍ୱାଳ ପ୍ରମୁଖ ସେମାନଙ୍କ ଅଭିଭାଷଣ ରଖିଥିଲେ । ମୁଖ୍ୟଅତିଥି ଭାବରେ ସମ୍ବଲପୁର ମଣ୍ଡଳ ସାଧାରଣ ସମ୍ପାଦକ ଅନିରୁଦ୍ଧ ସାମଲ ତାଙ୍କର ସ୍ଲୋଗାନ ଓ ଅଭିଭାଷଣ ରଖିଥିଲେ । ସୁବ୍ରତ କୁମାର ମଲ୍ଲିକ, ସଞ୍ଜୀବ ବସ୍ତିଆ, ରତିକାନ୍ତ ମଲ୍ଲିକ, ବିଷ୍ଣୁଚରଣ ବେହେରା, ପ୍ରଭାତ କୁମାର ମିଶ୍ର, ବିଭୂଦା ରଞ୍ଜନ ମହାନ୍ତି, ଆବ୍ରାହାମ ଲିଙ୍କନ ସ୍ୱାଇଁ, ବିଜୟ ପତି, ବିଜୟ କୁମାର ଲାକ୍ରା, ପ୍ରଭାକର ବାରିକ, ପ୍ରଦୀପ ରାଉଳ, ଲକ୍ଷ୍ମୀଧର ପାଣିଗ୍ରାହୀ, ମହେନ୍ଦ୍ର ଦାସ, ସୁଶାନ୍ତ ସାମଲ, ପୁର୍ଣ୍ଣିମା ବସା, ସୁଷମା ମଲ୍ଲ, ସନ୍ଧ୍ୟାରାଣୀ ଗୌଡ଼, ସୁସ୍ମିତା ମୁଣ୍ଡା, ଜ୍ୟୋତି ପ୍ରସାଦ ଓ ପୁଷ୍ପା ଲାକ୍ରା ପ୍ରମୁଖଙ୍କ ସହିତ ଶତାଧିକ ଅଭିକର୍ତ୍ତା ଗଣଧାରଣା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.