ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଝରଣିପାଲୀଠାରେ ଏକ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି । ବାବା ଲିଂଗରାଜ ଦୁଗ୍ଧ ସେବା ସମବାୟ ସମିତିର ଲିଂଗରାଜ ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ସର୍ବମୋଟ ୮୭ ଜଣ ଚକ୍ଷୁ ପରିକ୍ଷା ପାଇଁ ଉପସ୍ଥିତ ରହି ମାଗଣାରେ ନିଜ ନିଜ ଚକ୍ଷୁ ପରୀକ୍ଷା କରିବା ସୁଯୋଗ ପାଇଥିଲେ । ସେମାନଙ୍କ ମଧ୍ୟରୁ ୧୩ ଜଣ ରୋଗୀଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପଣ୍ଡରାପାଲୀଠାରେ ଥିବା ନେତ୍ରାଳୟକୁ ନିଆଯାଇଥିବା ସୂଚନାରୁ ପ୍ରକାଶ । ଶିବିରରେ ଉପସ୍ଥିତ ଅନ୍ୟ ରୋଗୀ ମାନଙ୍କୁ ମାଗଣାରେ ଔଷଧ ବିତରଣ କରାଯାଇଥିଲା । ଝରଣିପାଲୀ ତଥା ଆଖପାଖ ଅଞ୍ଚଳରୁ ଲୋକେ ଆସି ଚକ୍ଷୁ ଚିକିତ୍ସା କରାଇନେବା ସୁଯୋଗ ପାଇଥିଲେ । ଦୁଗ୍ଧ ସେବା ସମବାୟ ସମିତିର ସଂପାଦକ ପ୍ରେମାନନ୍ଦ ସାହୁ ଅତି ସୁନ୍ଦର ଭାବେ ଶିବିରକୁ ପରିଚାଳନା କରିଥିବାବେଳେ ପ୍ରକାଶ ଚନ୍ଦ୍ର ସାହୁ, ଦୁଷ୍ମନ୍ତ ପାତ୍ର, କେଶବ ରଣା, ଅଶ୍ୱିନି ବାରିକ, ହିତାଂଶୁ ସାହୁ, ସିଭିଲ ସାହୁ, ଅରକ୍ଷିତ ସାହୁ, ଡାକ୍ତର ନାଏକ, ପବିତ୍ର ବାରିକ, ରଂଜନ ପାତ୍ର, ଡା. ପ୍ରଶାନ୍ତ ଦାଶ, ଅନ୍ତର୍ଯ୍ୟାମୀ ନାଏକ, ନରେଶ ଭୋଇ, ରାମେଶ୍ୱର କିର୍ତା, ଭ୍ରୁଙ୍ଗରାଜ ପଧାନ, ବାଳମକୁନ୍ଦ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।