ପୋଖରୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର : କାରଣ ଅସ୍ପଷ୍ଟ

ଭଦ୍ରକ : ପୋଖରୀରେ ପଡି ବୃଦ୍ଧାଙ୍କ ମୃତ୍ୟୁ । ମୃତ ମହିଳା ହେଲେ ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଧିନସ୍ଥ ବୋଡ଼କ ପଂଚାୟତ ବେଲ ଗଡିଆ ଗ୍ରାମର ପାଞ୍ଚାଳୀ ନାୟକ (୭୫) ବର୍ଷ ହେବ । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ସୂଚନା ଅନୁସାରେ, ପାଞ୍ଚାଳୀଙ୍କ ଏକମାତ୍ର ପୁଅ ମୁକ୍ତିକାନ୍ତ ନାୟକ ସକାଳୁ ପ୍ରତିଦିନ ପରି ତାଙ୍କୁ ଔଷଧ ଦେଇ କୌଣସି କାମରେ ବଜାରକୁ ଯାଇଥିଲେ । ପରେ ବଜାରରୁ ଫେରି ଘରେ ଯାଇ ଦେଖନ୍ତି ଯେ ତାଙ୍କ ମା ଘରେ ନାହାନ୍ତି । ତେଣୁ ସେ ବାଡ଼ି ଚାରି ପଟେ ଖୋଜାଖୋଜି କରୁଥିବା ବେଳେ ବନ୍ୟା ପାଣି ଯୋଗୁ ପାଖରେ ଥିବା ପୋଖରୀଟି ପାଣି ଫୁଲ ଥିଲା । ସେହି ପାଣିରେ ପାଞ୍ଚାଳୀଙ୍କ ହାତ ଧରା ବାଡ଼ିଟି ଭାସୁଥିବା ସେ ଦେଖିବାକୁ ପାଇଥିଲେ । ତେଣୁ ସେ ଡାକ ପକାଇବାରୁ ଗ୍ରାମର କିଛି ଲୋକ ପୋଖରୀ ଭିତରେ ପସି ଖୋଜାଖୋଜି କରିବା ବେଳେ ପାଞ୍ଚାଳୀଙ୍କୁ ୁଦ୍ଧାର କରିଥିଲେ । ସେତେବେଳକୁ ସେ ସଂଜ୍ଞାହୀନ ଥିଲେ । ତୁରନ୍ତ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଡାକ୍ତରଖାନାକୁ ଆଣିଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କ ପୁଅ ତିହିଡି ଥାନାରେ ଜଣାଇବା ପରେ ପୋଲିସ ଡାକ୍ତର ଖାନାରେ ପହଞ୍ଚି ମୃତଦେହଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ପ୍ରକୃତରେ ଘଟଣା କଣ ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

Leave A Reply

Your email address will not be published.