ହିନ୍ଦୁ ଜାଗରଣ ଅନୁଷ୍ଠାନର ପ୍ରଥମ ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ରାମଲିଙ୍ଗେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସନାତନ ଜାଗରଣର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ କେ. ଇଲେୟା ରେଡ୍ଡୀଙ୍କ ନେତୃତ୍ୱରେ ହିନ୍ଦୁ ଜାଗରଣ ମଞ୍ଚ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଭାତ ସାହୁଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅନୁଷ୍ଠାନ ବଜରଙ୍ଗି ଦଳ ଭାବେ ଗଞ୍ଜାମ ସହରରେ ନିଜର ପରିଚୟ ସୃଷ୍ଟି କରି ଆଗାମୀ ଦିନରେ ଏହାକୁ ବ୍ୟାପକ କରି ହିନ୍ଦୁ ଧର୍ମର ମର୍ଯ୍ୟାଦା ରକ୍ଷା କରିବା ପାଇଁ ପ୍ରୟାସ କରିବା ନେଇ ଆଲୋଚନା କରାଯାଇଥିଲା । ଗୋଚାଲାଣ ଚାଲାଣକୁ ରୋକ ଲଗାଇ ଗୋମାତାକୁ ସୁରକ୍ଷା ଯୋଗାଇବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏଥିରେ ଅତିଥି ଭାବେ ଶ୍ରିନୁ ଭାଇ (ସମ୍ପାଦକ), ଅଜିତ ଭାଇ ଯୋଗ ଦେଇଥିଲେ । ପ୍ରଭାତ ବିଶ୍ୱାଳ, ଆକାଶ ଗୌଡ଼, ନରୀ ଚଣ୍ଡ, ସିମାଞ୍ଚଳ ଦାସ, ଗଙ୍ଗାଧର ରାଉଳ, ବେହେରା, ପପୁ ମହାନ୍ତି, ଦୁର୍ଗା ମାଧବ ପାଣିଗ୍ରାହୀ , ଡି.କେ ରାଓ, ବିଶ୍ଵନାଥ ସାମନ୍ତରାୟ, ଶ୍ୱେତ ପ୍ରଧାନ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.