ଶ୍ରୀମତୀ ସେବଶ୍ରୀ ଭୋଇଙ୍କ ‘ଜିରୋ ଡ୍ରପ ଆଉଟ’ ଅଭିଯାନ

ସମ୍ବଲପୁର, (ନିରୋଜ କୁମାର ପାଣୀ) : କିଛି ଦିନ ପୂର୍ବରୁ ଖବର କାଗଜରେ ପ୍ରକାଶିତ ହୋଇଥିଲା ଯେ, ସମ୍ବଲପୁର ଜିଲ୍ଲାରେ ଡ୍ରପ ଆଉଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ସର୍ବାଧିକ ଅଟେ । ଏହାକୁ ନେଇ ଧନକଉଡ଼ା ବ୍ଲକର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବଶ୍ରୀ ଭୋଇ ନିଜ ବ୍ଲକରେ ଡ୍ରପ ଆଉଟ ପିଲାଙ୍କ ସଂଖ୍ୟା କମାଇବା ପାଇଁ ଆରମ୍ଭ କରଛନ୍ତି ‘ଜିରୋ ଡ୍ରପ ଆଉଟ’ ନାମକ ଏକ ଅଭିଯାନ । ବ୍ଲକର ସମସ୍ତ ସି.ଆର୍‌.ସି.ସି ଓ କିଛି ଉତ୍ସର୍ଗୀକୃତ ଶିକ୍ଷକଙ୍କୁ ନେଇ ଏକ ରୋଡ଼ ମ୍ୟାପ ପ୍ରସ୍ତୁତ କରାଯାଇଥିଲା । ପ୍ରଥମେ ପ୍ରତେକ କ୍ଲଷ୍ଟରର ବିଦ୍ୟାଳୟରେ କେତେ ଜଣ ପିଲା ବିଦ୍ୟାଳୟକୁ ପଢି ଆସୁନାହାନ୍ତି ସେମାନଙ୍କୁ ଚିହ୍ନଟ କରାଗଲା । ପିଲାମାନଙ୍କୁ ତଥା ସେମାନଙ୍କର ପରିବାର ପରିଜନମାନେ ନିଜ ପିଲାକୁ ବିଦ୍ୟାଳୟକୁ ପଠାଇବା ପାଇଁ ପ୍ରବାର୍ତ୍ତାଇବା ନିମନ୍ତେ ନିଜେ ଶ୍ରୀମତୀ ଭୋଇ ମଙ୍ଗ ଧରି ପିଲାମାନଙ୍କ ଘରକୁ ଯାଉଥିବା ଦେଖିବାକୁ ମିଳିଛି । ଆଶାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ତଥା ବହୁ ଦିନ ଧରି ବିଦ୍ୟାଳୟକୁ ପଢି ଆସୁନଥିବା ଅଷ୍ଟମ ଶ୍ରେଣୀର ଛାତ୍ରୀ ନଈନା ମହାନନ୍ଦ, ଆରତୀ ତାଣ୍ଡି, ସପ୍ତମ ଶ୍ରେଣୀର ଛାତ୍ରର ଗଣେଶ ମୁଣ୍ଡା, ପଞ୍ଚମ ଶ୍ରେଣୀର ଛାତ୍ରୀ ପ୍ରତିମା ପ୍ରଧାନ, ଦେବ ବାଗ, ଚତୁର୍ଥ ଶ୍ରେଣୀର ଛାତ୍ର ରାଜ ବାଗ, ତୃତୀୟ ଶ୍ରେଣୀର ଛାତ୍ର ରାଜ ପ୍ରଧାନ ଓ ପ୍ରଥମ ଶ୍ରେଣୀର ଛାତ୍ରୀ ଅଭ୍ୟନ୍ତା ପୁହାଣଙ୍କ ଘରକୁ ଯାଇ ତାଙ୍କ ପିତାମାତାଙ୍କୁ ପିଲାମାନଙ୍କୁ ବିଦ୍ୟାଳୟ ପଠାଇବା ପାଇଁ ପ୍ରବର୍ତ୍ତେଇ ଥିଲେ । ତାଙ୍କୁ ବିଦ୍ୟାଳୟର ଶିକ୍ଷୟତ୍ରୀ ବିଦେଶିନୀ ରାଏ, ରୋଜି ତ୍ରିପାଠୀ ଓ ସି.ଆର.ସି.ସି ବିରେଶ୍ୱର କର ସହାୟତା କରିଥିଲେ । ସେ ସମସ୍ତ ସିଆର୍‌ସିସି.ମାନଙ୍କୁ ଯେଉଁ ପିଲାମାନେ ପଢି ଆସୁନାହାନ୍ତି ସେମାନଙ୍କ ଘରକୁ ଯାଇ ତାଙ୍କ ପିତାମାତାଙ୍କୁ ଅନୁରୋଧ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଆସନ୍ତା ଦିନରେ ଏହି କାର୍ୟ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ଶ୍ରୀମତୀ ଭୋଇ ସମସ୍ତ ପିତାମାତା, ସିଆର୍‌ସିସି, ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ସହାୟତା କାମନା କରିଛନ୍ତି ।

Leave A Reply

Your email address will not be published.