ସ୍ୱର୍ଗତ ବିଜୟ ମହନ୍ତୋଙ୍କ ପରଲୋକରେ ଶୋକସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ ଆର୍‌ଇସି କ୍ୟାମ୍ପସ ଏନ୍‌ଆଇଟି ରାଉରକେଲାର କିରାଣୀ ସ୍ୱର୍ଗତ ବିଜୟ ମହନ୍ତୋଙ୍କର ଗତ ତା ୧୧/୧୦/୨୪ ଶୁକ୍ରବାର ଦିନ ଅପରାହ୍ନ ୪ଟା ସମୟରେ ଏକ ମମର୍ନ୍ତୁଦ ସଡକ ଦୁର୍ଘଟଣାରେ ପରଲୋକ ହୋଇଯାଇଛି । ସେ ବାଇକ୍ ଯୋଗେ ନିଜସ୍ଵ ଗ୍ରାମ ବଣେଇରୁ ଫେରୁଥିବା ସମୟରେ ଚାନ୍ଦିପୋଷ ଠାରେ ଏକ ପୋଲ ସହିତ ଧକ୍କା ହୋଇ ଅତ୍ୟଧିକ କ୍ଷତାକ୍ତ ହୋଇଥିଲେ । ତାପରେ ଆମ୍ବୁଲାନ୍ସରେ ହସ୍ପିଟାଲକୁ ଆସୁଥିବା ସମୟରେ ମୃତ୍ୟୁବରଣ କରିଥିଲେ । ଦୀର୍ଘ ୧୭ ବର୍ଷ ଧରି ସେ ଆର୍‌ଆଇସି ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ । ସେ ଜଣେ ମେଳାପୀ, ବନ୍ଧୁ ବତ୍ସଳ, ଛାତ୍ରଛାତ୍ରୀ ପ୍ରିୟ ବ୍ୟକ୍ତି ଥିଲେ । ତାଙ୍କର ଅକାଳ ବିୟୋଗର ଖବର ପାଇବା ମାତ୍ରେ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ତଥା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରାଙ୍କ କହିବାନୁଯାୟୀ ସ୍ୱର୍ଗତ ବିଜୟ ମହାନ୍ତୋ ଜଣେ ପରୋପକାରୀ, ବବେକବନ୍ତ, ଉଚ୍ଚ ଧୀସମ୍ପନ୍ନ, କର୍ମବୀର ଥିଲେ । ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରାଙ୍କ ତତ୍ତ୍ଵାବଧାନରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିରୁପମା ପତିଙ୍କ ଆୱାହକ୍ୱତ୍ୟରେ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ତ୍ରିପାଠୀ, ଅଜୟ କୁମାର ରାଉତ, ଛବି ପ୍ରଧାନ, ସରୋଜ କୁମାର ଜେନା, ମିନତୀ ଖମାରୀ, ଅନ୍ନପୂର୍ଣ୍ଣା ସାହୁ, ସସ୍ମିତା ପଟ୍ଟନାୟକ, ସୁଜାତା ମିଶ୍ର, ସୀତାରାମ ସାହୁ, ହରିଶଙ୍କର କାମିଲା, ପୂଜା ସ୍ୱାଇଁ, ଜତିନ୍ଦ୍ର ଭୋଇ ସୁରେଖା ନାୟକ ପ୍ରଭୃତି ଉପସ୍ଥିତ ଥିଲେ । ସମସ୍ତ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମାତ୍ର ୪୩ ବର୍ଷର ଏ ଦାରୁଣ ଦୁଃଖ ତାଙ୍କ ପରିବାରକୁ ବିପର୍ଯ୍ୟସ୍ତ କରିଥିଲା । ଏଥିପାଇଁ ସମସ୍ତେ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତିି ।

Leave A Reply

Your email address will not be published.