p purohi

ସ୍ୱର୍ଗତ ବିଜୟ ମହନ୍ତଙ୍କ ପରଲୋକରେ ଶୋକସଭା

dr. purohit

ସରକାରୀ ଉଚ୍ଚ ବିଦ୍ୟାଳୟ ଆର୍‌ଇସି କ୍ୟାମ୍ପସ ଏନ୍‌ଆଇଟି, ରାଉରକେଲାର କିରାଣୀ ସ୍ୱର୍ଗତ ବିଜୟ ମହନ୍ତଙ୍କର ଏକ ମମର୍ନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଯାଇଛି । ସେ ବାଇକ୍ ଯୋଗେ ନିଜସ୍ଵ ଗ୍ରାମ ବଣେଇରୁ ଫେରୁଥିବା ସମୟରେ ଚାନ୍ଦିପୋଷ ଠାରେ ଏକ ପୋଲ ସହିତ ଧକ୍କା ହୋଇ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ହସ୍ପିଟାଲକୁ ଆସୁଥିବା ସମୟରେ ମୃତ୍ୟୁରଣ କରିଥିଲେ । ସ୍ୱର୍ଗତ ମହନ୍ତ ଦୀର୍ଘ ୧୭ ବର୍ଷ ଧରି ସେ ଆର୍‌ଆଇସି ବିଦ୍ୟାଳୟରେ କାର୍ଯ୍ରରତ ଥିଲେ । ସେ ଜଣେ ମେଳାପୀ, ବନ୍ଧୁ ବତ୍ସଳ, ଛାତ୍ରଛାତ୍ରୀ ପ୍ରିୟ ବ୍ୟକ୍ତି ଥିଲେ । ତାଙ୍କର ଅକାଳ ବିୟୋଗର ଖବର ପାଇବା ମାତ୍ରେ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ତଥା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରାଙ୍କ କହିବାନୁଯାୟୀ ସ୍ୱର୍ଗତ ବିଜୟ ମହନ୍ତ ଜଣେ ପରୋପକାରୀ, ବିବେକବନ୍ତ, ଉଚ୍ଚ ଧୀସମ୍ପନ୍ନ, କର୍ମବୀର ଥିଲେ । ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବେହେରାଙ୍କ ତତ୍ତ୍ଵାବଧାନରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ନିରୁପମା ପତିଙ୍କ ଆହ୍ୱାକ୍ୱତ୍ୟରେ ଆୟୋଜିତ ଏହି ଶୋକସଭାରେ ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ତ୍ରିପାଠୀ, ଅଜୟ କୁମାର ରାଉତ, ଛବି ପ୍ରଧାନ, ସରୋଜ କୁମାର ଜେନା, ମିନତୀ ଖମାରୀ, ଅନ୍ନପୂର୍ଣ୍ଣା ସାହୁ, ସସ୍ମିତା ପଟ୍ଟନାୟକ ସୁଜାତା ମିଶ୍ର, ସୀତାରାମ ସାହୁ, ହରିଶଙ୍କର କାମିଲା, ପୂଜା ସ୍ୱାଇଁ, ଜତିନ୍ଦ୍ର ଭୋଇ, ସୁରେଖା ନାୟକ ପ୍ରମୁଖଙ୍କ ସହ ସମସ୍ତ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମାତ୍ର ୪୩ ବର୍ଷରେ ତାଙ୍କ ଅବର୍ତ୍ତମାନ ପାଇଁ ତାଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରାଯାଇ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରାଯାଇଥିଲା ।

nrusinghnath
Leave A Reply

Your email address will not be published.