ବାରହା ଆକ୍ରମଣରେ ପୋଟ୍ଟଲାମପୁର ଗ୍ରାମର ମହିଳାଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟ୍ଟଲାମପୁର ଗ୍ରାମରେ ହିଂସ୍ର ଜନ୍ତୁ ବାରହା ଆକ୍ରମଣରେ ମହିଳାଙ୍କ ମୃତ୍୍ୟୁ ହୋଇଛି । ମୃତ ମହିଳାଙ୍କ ନାମ ଶୋଭା ତରାଇ(୬୨) ବୋଲି ଆକଳନ କରାଯାଇଛି । ସେ ବିଲକୁ ଧାନ ଫସଲ ଦେଖିବାକୁ ଯାଇଥିବା ବେଳେ ବାରହା ଆକ୍ରମଣ କରିଥିଲା । ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ସକାଳ ବିଲକୁ ଯାଇଥିବା ବେଳେ ସେ ଆକ୍ରମିତ ହୋଇ ମୁତ୍ୟୁ ହୋଇଥିବା କୁହାଯାଏ । ମହିଳା ସେଠାରୁ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜି ବିଲକୁ ଯାଇଥିଲେ । ସେଠାରେ ରକ୍ତାକ୍ତ ହୋଇ ପଡି ମୃତ୍ୟବରଣ କରିଥିଲେ । ତହସିଲଦାର, ବନବିଭାଗକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଛତ୍ରପୁର ହସ୍ପିଟାଲ୍‌ରେ ଶବ ବ୍ୟବଚ୍ଛେଦ କରାଯାଇଛି । ତାଙ୍କର କ୍ଷତି ପୂରଣ ବାବଦରେ ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରିବାକୁ ପରିବାର ଲୋକେ ଦାବୀ କରିଛନ୍ତି ।

Leave A Reply

Your email address will not be published.