ଛତ୍ରପୁର ଲୱେର ବସ୍‌ଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀବଜାରରେ ମେଢ଼ ବିସର୍ଜନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଲୱେର ବସ୍‌ଷ୍ଟାଣ୍ଡ ନିକଟସ୍ଥ ଲକ୍ଷ୍ମୀବଜାରରେ ଆୟୋଜିତ ପୂଜା ମଣ୍ଡପରେ ଗଜଲକ୍ଷ୍ମୀଙ୍କ ପୂଜା ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ଉଦ୍‌ଯାପିତ ଅବସରରେ ମଙ୍ଗଳବାର ମଧ୍ୟାହ୍ନରେ ପୂଜା ମଣ୍ଡପ ପରିସରରେ ଅନ୍ନପ୍ରସାଦ ବ୍ୟବସ୍ଥା ହୋଇଥିଲା । ଅଗଣିତ ଭକ୍ତ ଠାକୁରଙ୍କ ଭୋଗରେ ଆପ୍ୟାୟିତ ହୋଇ ଖୁସି ବ୍ୟକ୍ତ କରିଥିଲେ । ଏଠାରେ ଆୟୋଜିତ ଗଜଲକ୍ଷ୍ମୀଙ୍କ ପୂଜା ମେଢ଼ ଏକ ବଡ ଯାନରେ ବସାଇ ବର୍ଣ୍ଣାଢ଼୍ୟ ପଟୁଆରେ ନେଇ ଜଳାଶୟରେ ସମୂହ ବିସର୍ଜନ କରିଛନ୍ତି ।

Leave A Reply

Your email address will not be published.