ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗରେ ସଂପାନ୍ନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅର୍ଥନୀତି ବିଭାଗର ସମ୍ମିଳନୀ ପ୍ରକୋଷ୍ଠରେ ଏକ ସଂପାନ୍ନ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡ. ବିରଞ୍ଚି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଂପାନ୍ନ ଶୀର୍ଷକ “ଅର୍ଥଶାସ୍ତ୍ରର ମୁଖ୍ୟ ନୀତି” ଉପରେ ପ୍ରଥମ ସେମିଷ୍ଟରର ଛାତ୍ରଛାତ୍ରୀ ମାନେ ତାଙ୍କର ନିବନ୍ଧ ଉପସ୍ଥାପନା କରିଥିଲେ ଏବଂ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ତୃତୀୟ ଏବଂ ପଞ୍ଚମ ସେମିଷ୍ଟରର ଛାତ୍ରଛାତ୍ରୀ ମାନେ ନିବନ୍ଧ ଉପରେ ମତ ବିନିମୟ କରିଥିଲେ । ବିଭାଗୀୟ ମୁଖ୍ୟ ଡ. ସାହୁ ଅର୍ଥଶାସ୍ତ୍ରର ମୂଳ ନୀତି, ସୋପାନ, ନିୟମ ଉପରେ ଛାତ୍ରଛାତ୍ରୀମାନଙ୍କୁ ବିସ୍ତିର୍ଣ୍ଣ ଭାବରେ ଆଲୋଚନା କରିଥିଲେ । ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ, ଲଲାଟେନ୍ଦୁ ପ୍ରଧାନ, ଅଧ୍ୟାପିକା ଡ. ମମତାମୟୀ ଗୁରୁ ନିଜର ବକ୍ତବ୍ୟ ରଖି ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଛାତ୍ରୀ ସୋନାଲି କୁମ୍ଭାର, ରାକ୍ଷୀ ସେଠ୍, ଗାୟତ୍ରୀ ପ୍ରଧାନ, ପୁନମ ମେହେର, ବନିତା ସିଦାର, ଜୁଲି ବୁଡେକ୍, ବେବି ମାଝୀ, ବାର୍ଷାରାଣୀ ବିଶ୍ଵାଳ ପ୍ରମୁଖ ନିଜର ନିବନ୍ଧ ଉପସ୍ଥାପନ କରିଥିଲେ । ଶେଷରେ ବିଭାଗୀୟ ମୁଖ୍ୟ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ ।

Leave A Reply

Your email address will not be published.