ଜୁଲାଇରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ନରେଗା କାମ ବନ୍ଦ – ଏପ୍ରୁଭ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ଦାବି କଲେ ସରପଞ୍ଚ ଓ ସମିତି ସଭ୍ୟ ସଂଘ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା ବ୍ଲକକୁ ମୁଖ୍ୟତଃ ଦାଦନ ପ୍ରବଣ ଅଞ୍ଚଳ ଭାବେ ବେଶ ଜଣାଶୁଣା । ଚଳିତ ଜୁଲାଇ ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ସମସ୍ତ ନରେଗା କାମ ବନ୍ଦ ହେଉଛି । ମୁଖ୍ୟତଃ ଦାଦନ ଶ୍ରମିକ ମାନେ ବାହାର ରାଜ୍ୟକୁ ଦାଦନ ଚାଲାଣ ସମୟରେ କାମ ମିଳିନଥିବା ଯୋଗୁଁ ଏହି ବାଧ୍ୟ ହୋଇ ଶ୍ରମିକ ମାନେ ବାହାର ରାଜ୍ୟକୁ ଯାଇଥାନ୍ତି । ଏଣୁ ତୁରନ୍ତ ବିଭିନ୍ନ ନରେଗା କାମକୁ ଏପ୍ରୁଭ କରିବା ପାଇଁ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ଦାବି କରିଛି ବଙ୍ଗୋମୁଣ୍ଡା ସରପଞ୍ଚ ଓ ସମିତି ସଭ୍ୟ ସଂଘ । ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରାଙ୍କ ନେତୃତ୍ୱରେ ବହୁ ସରପଞ୍ଚ, ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ

Leave A Reply

Your email address will not be published.