ସଇଁତଲାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ଉଦ୍‌ଘାଟିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇ ଯୋଗଦେଇ ଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ ସଇଁତଲା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଋଷିଆ ମେହେରଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଟିଟିଲାଗଡ଼ ଡିଏଭି କଲେଜ ଅବସର ପ୍ରାପ୍ତ ଅଧ୍ୟକ୍ଷ ଶିବ ପ୍ରସାଦ ବେହେରା, ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଅତିରିକ୍ତ ଶିକ୍ଷା ଅଧିକାରୀ ନରେନ୍ଦ୍ର ସାହୁ, ସମିତି ସଭ୍ୟ ଉମାକାନ୍ତ ରଣା ଓ ଓଜେୟୁ ଜିଲ୍ଲା ସଭାପତି ପ୍ରମୋଦ ସେଲମା ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତ ଉପରେ କାମନା କରିଥିଲେ । ଉକ୍ତ ଉତ୍ସବରେ ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ ବିବରଣୀ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମକୁ ସିଆର୍‌ସିସି ମନ୍ଦାର ଦୀପ ପରିଚାଳନା କରିଥିଲେ । ଶେଷରେ ସିଆର୍‌ସିସି ଉପେନ୍ଦ୍ର ନନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜୁନିୟର ଓ ସିନିୟର ବିଭାଗ ତରଫରୁ ଚିତ୍ରାଙ୍କନ, ବକ୍ତୃତା, କୁଇଜ, ହସ୍ତାକ୍ଷର, ପ୍ରବନ୍ଧ, ସଂଗୀତ ଓ ନୃତ୍ୟ ଇତ୍ୟାଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ସିଆର୍‌ସିସି ହରି ନାଗ, ଉପେନ୍ଦ୍ର ବେହେରା, ଶେଷଦେବ ପ୍ରଧାନ, ଜୟଶଙ୍କର ଶତପଥି, ହିମାଂଶୁ ବେହେରା, ନିରଞ୍ଜନ ମାଝୀ, ହିରଣ୍ମୟୀ ପୃଷେଠ, ବିନୋଦ ନାଗ, ଚିନ୍ତାମଣି ସାହୁଙ୍କ ସମେତ ସିଆର୍‌ସିସି, ଶିକ୍ଷକ, ଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ବିଚାରକ ଭାବେ ନାରାୟଣ ଜାଲ, ଧନେଶ୍ୱର ଦାସ ଓ କଳ୍ପନା ପାଣିଗ୍ରାହୀ ପ୍ରମୁଖ ଦାୟିତ୍ୱ ତୁଳାଇଥିଲେ । କାର୍ଯ୍ୟକ୍ରମରେ ୧୭ ଗୋଟି କ୍ଲଷ୍ଟରର ପ୍ରାୟ ୩୫୦ ଜଣ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.