lika

ତ୍ରିନାଥ ମେଳାକୁ ବର୍ଷେ ପୂର୍ତ୍ତି ଉପଲକ୍ଷେ କଳସ ଶୋଭାଯାତ୍ରା ଓ ୧୬ ପ୍ରହରୀ ନାମଯଜ୍ଞ ଆରମ୍ଭ

gbag

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ରମେଶ ଛକ ଠାରେ ତ୍ରିନାଥ ମେଳାକୁ ବର୍ଷେ ପୂର୍ତ୍ତି ଉପଲକ୍ଷେ କଳସ ଶୋଭାଯାତ୍ରା ଓ ୧୬ ପ୍ରହରୀ ନାମଯଜ୍ଞ ମହାସମାରୋହ ଆରମ୍ଭ ହୋଇଯାଇଛି । ଏହି ଅବସରରେ କର୍ତ୍ତା ଭାବରେ ଲବକିଶୋର ସିଂ ଭୋଇ ଓ ତାଙ୍କ ଧର୍ମପତ୍ନୀ ସୁନୀତା ସିଂ ଭୋଇ ପୂଜାର୍ଚ୍ଚନା ଦାୟିତ୍ୱ ତୁଲାଇଥିଲେ । ସ୍ଥାନୀୟ ରମେଶ ଛକ ମଣ୍ଡପ ପରିସରରେ ପଡାର ମହିଳା ଓ ପୁରୁଷମାନେ ଏକତ୍ରିତ ହୋଇ ଘଣ୍ଟବାଜା ଓ ସଂକୀର୍ତ୍ତନ ମଧ୍ୟରେ ନୂଆଁବନ୍ଧକୁ ଏକ ବିରାଟ ଶୋଭାଯାତ୍ରା ପହଂଚିଥିଲେ । ସେଠାରେ ପଣ୍ଡିତ ବିକ୍ରମ ମିଶ୍ରଙ୍କ ତତ୍ତ୍ୱବଧାନରେ ପଣ୍ଡିତ ହରି ଦାସ ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ । ଏହି ଶୋଭାଯାତ୍ରାରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ପୂର୍ବତନ ସରପଞ୍ଚ ପ୍ରଭାତ ସିଂ ଭୋଇ, ପ୍ରମୋଦ ଅଗ୍ରୱାଲଙ୍କ ସମେତ କମିଟି ସଦସ୍ୟ ରବି ରଞ୍ଜନ ସାହୁ, ବିଭୂତି ଭୋଇ, ତିଳକ ଭୋଇ, ରବୀନ୍ଦ୍ର ବହିଦାର, ପୂରଣ ବେହେରା, ଲିକୁ ସିଂ ଭୋଇ, ମହେନ୍ଦ୍ର ଭୋଇ, ଆଲିସ ଯାନୀ, ଆଦିତ୍ୟ ବାଗ, ଓମ୍ ବେହେରା, ଜିତେନ୍ଦ୍ର ସିଂ ଭୋଇ, ପ୍ରିତ୍ ସିଂ ଭୋଇ, ସଞ୍ଜୟ ସିଂ ଭୋଇ, ରତ୍ନଙ୍କର ଭୋଇ, ମହେଶ୍ୱର ଦାସ , ରୋହିତ ଭୋଇ, ଜୟଦେବ ଭୋଇ, ଅନିରୁଦ୍ଧ ଭୋଇ, ଜଗଦୀଶ ଭୋଇ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ ପ୍ରହରୀ ଆସନ୍ତା ୨୩ ତାରିଖ ପୁର୍ଣ୍ଣାହୂତି ହେବ ବୋଲି ଆୟୋଜକ କମିଟି ତରଫରୁ ଜଣାପଡିଛି ।

jittmm
Leave A Reply

Your email address will not be published.