ଧର୍ମ ପରାୟଣ ବ୍ୟକ୍ତି ସତ୍ୟନାରାୟଣ ହରପାଲଙ୍କ ପରଲୋକ

ସଇଁତଲା, (କେପଏନ୍‌ଏସ୍‌) : ବୁଢ଼ାବାହାଲ ପଞ୍ଚାୟତ ଅନ୍ତର୍ଗତ ଖଲିଆପାଲି ଗ୍ରାମର ଜଣେ ଧର୍ମ ପରାୟଣ ଓ ମେଳାପୀ ବ୍ୟକ୍ତି ସତ୍ୟନାରାୟଣ ହରପାଲଙ୍କ ଗତ ଶନିବାର ତାଙ୍କ ଟିଟିଲାଗଡ଼ ବାସଭବନରେ ହୃଦ୍‌ଘାତ ଯୋଗୁଁ ପରଲୋକ ହୋଇଯାଇଛି । ତାଙ୍କ ଶବାଧାର ନିକଟରେ ଦୁଇ ପୁତ୍ର ସୁନିଲ୍, ଅନିଲ, ଦୁଇ ଝିଅ ସବିତା, ସୁନିତା, ଜ୍ୱାଇଁ ସୂର୍ଯ୍ୟମଣୀ, ସ୍ଵରାଜ ଓ ତାଙ୍କ ନାତିନାତୁଣୀ ସହିତ ଅନ୍ୟ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ସ୍ୱର୍ଗତ ହରପାଲ କବି ଓ ଆଇନଜୀବୀ ସୁଶାନ୍ତ ବାଗଙ୍କ ଭିଣୋଇ ଅଟନ୍ତି । ସେ ଜଣେ ସଚ୍ଚୋଟ ଅବସରପ୍ରାପ୍ତ ଫାୟାର ହାବିଲଦାର ଥିଲେ । ତାଙ୍କ ମୃତ୍ୟୁରେ ଉଭୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.