ଟିଟିଲାଗଡ଼ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ୨୦୨୪ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିନେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାରିଖ ସୋମବାର ଦିନ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ତଥା ସୁରଭି ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରାକର ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମର ଆବାହକ ଅଭିରାମ ମାଝୀ, କୋଦଣ୍ଡ ଧର ଭୋଇ, ଟିଟିଲାଗଡ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ଦାସ ଓ ଟିଟିଲାଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର ପଣ୍ଡା ଏବଂ ବିନେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ସାହୁ, ବିନେକେଲା ଗ୍ରାମ ପଞ୍ଚୟତର ସରପଞ୍ଚ ଶ୍ରୀମତୀ ଯାଜ୍ଞାସେନି ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସଠିକ୍ ରୂପେ ପରିଚାଳନା କରିବା ପାଇଁ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ୧୪ଟି ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଉପସ୍ଥିତ ଥିଲେ । ସର୍ବ ପ୍ରଥମେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୀପ ପ୍ରଜ୍ୱଳନ କରି ସଭାକୁ ଉଦ୍‌ଘାଟନ କରିଥିଲେ । ଏହା ପରେ ପରେ ସରକାରଙ୍କ ଆଦେଶ ଅନୁଯାୟୀ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା, ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ଲୋକକଳାକୁ ଛାତ୍ର / ଛାତ୍ରୀ ଅତି ସୁନ୍ଦର ଭାବରେ ପରିବେଷଣ କରିଥିଲେ । ଅଂଶୀଦାର ଛାତ୍ରଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମରେ ଭାଗ ନେବାକୁ ସୁଯୋଗ ପ୍ରଦାନ କରାଯିବା ସହିତ ପୁରସ୍କୃତ କରାଯାଇଥିଲା । ଏହିଭଳି କାର୍ଯ୍ୟକ୍ରମ ହାତକୁ ନେଇ ଥିବାରୁ ଅଭିଭାବକ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସହ ଆବାହକ ଏବଂ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କ ସଙ୍ଗେ ସଙ୍ଗେ ବିନେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ତାଙ୍କର ସହ ଶିକ୍ଷକ / ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶଂସା କରାଯାଇଥିଲା ।

Leave A Reply

Your email address will not be published.