csstore

ଇସ୍ପାତ୍ ସାହିତ୍ୟ ସଂସଦ ପକ୍ଷରୁ ପ୍ରବନ୍ଧ ସାହିତ୍ୟ ଆଲୋଚନା ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ପ୍ରବନ୍ଧ ଆସର ପାଳନ ଅବସରରେ ପ୍ରବନ୍ଧ ଭିତ୍ତିକ ଆଲୋଚନା ସଭା, ପ୍ରବନ୍ଧପାଠ ତଥା କବିତା ପାଠ କାର୍ଯ୍ୟକ୍ରମ ସେକ୍ଟର – ୭ ସ୍ଥିତ ସଂସଦ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ବ୍ରଜେନ୍ଦ୍ର ଦାସଙ୍କ ପୌରୋହିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଆଇନଜୀବୀ, ନାଟ୍ୟକାର ତଥା ସାହିତ୍ୟିକ ସୁଶିଲ କୁମାର ଜେନା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ତଥା ପ୍ରାବନ୍ଧିକ ପ୍ରଶାନ୍ତ କୁମାର ପତି ଯୋଗଦେଇ ‘ଗଦ୍ୟ ସାହିତ୍ୟରେ ପ୍ରବନ୍ଧ ଏକ ଚାରୁଶିଳ୍ପ’ ବିଷୟ ଉପରେ ଆଲୋଚନା କରିଥିଲେ । ‘ପ୍ରବନ୍ଧ’ ସାହିତ୍ୟର ଏକ ବଳିଷ୍ଠ ବିଭବ ଏବଂ ଏହା ସମାଜ, ସାହିତ୍ୟ, ସଂସ୍କୃତିର ଉନ୍ନତି କଳ୍ପେ ସର୍ବଦା ଉତ୍କୃଷ୍ଟତା ପ୍ରତିପାଦନ କରିଥାଏ ବୋଲି ଆଲୋଚକ ମାନେ ବର୍ଣ୍ଣନା କରିଥିଲେ । ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ଵାଳଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ସଭାରେ କାର୍ଯ୍ୟକାରୀ ସଭାପତି ମନୋଜ କୁମାର ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ । କବୟିତ୍ରୀ ସୁଚିତ୍ରା ଲେଙ୍କାଙ୍କୁ ନୂତନ ସଦସ୍ୟତା ପ୍ରଦାନ ଅବସରରେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ କବି ସତ୍ୟବ୍ରତ ଦାସଙ୍କ ସଭାପତିତ୍ୱରେ ଏବଂ କବି ଗୌତମ ଦାସ ଓ ଗାଳ୍ପିକା ପୁଷ୍ପାରାଣୀ ପଟେଲଙ୍କ ସଂଯୋଜନାରେ ପ୍ରବନ୍ଧ ଓ ଗଳ୍ପ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଜୟ କୁମାର ମହାନ୍ତି, ବ୍ରଜବିହାରୀ ଦାସ, ବସନ୍ତ ବିଶ୍ଵକର୍ମା, ସୁଚିତ୍ରା ଲେଙ୍କା, ସବିତା ବସ୍ତିଆ, ନିକୁଞ୍ଜ ବିହାରୀ ଦାସ, ବଳରାମ ଦାସ, ମୀନକେତନ ପଶାୟତ, ଗୀତାରାଣୀ ବେହେରା, ସୁମିତ୍ରା ବାରିକ୍, ବିଜୟ କୁମାର ସାହୁ, ସୁଶାନ୍ତ କୁମାର ନାୟକ, ମଞ୍ଜୁଳା ରଥ, ପ୍ରତାପ କୁମାର ପଣ୍ଡା, ରବୀନ୍ଦ୍ର ନାଥ ମହାନ୍ତି, ସତ୍ୟବ୍ରତ ଦାସ, ଗୌତମ ଦାଶ, ପୁଷ୍ପାରାଣୀ ପଟେଲ, ନୃସିଂହ ଚରଣ ବିଶ୍ଵାଳ, ବିଭୁ ପ୍ରସାଦ ନାୟକ, କୁଞ୍ଜ ବିହାରୀ ରାଉତ, ସସ୍ମିତା ପ୍ରଧାନ, ଉପେନ୍ଦ୍ର ବସ୍ତିଆ, ସୁରେନ୍ଦ୍ର କୁମାର ମହାରଣା ପ୍ରମୁଖ ପ୍ରାବନ୍ଧିକ ଓ କବି ଅଂଶ ଗ୍ରହଣ କରିଥିଲେ । କୋଷାଧ୍ୟକ୍ଷ ଉପେନ୍ଦ୍ର ବସ୍ତିଆ ଧନ୍ୟବାଦ୍ ଅର୍ପଣ କରିଥିଲେ । ଦିବାକର ଦାସ ସହାୟତା କରିଥିଲେ । ଏହି ସଭାରେ ସହରର ବହୁ ସାହିତ୍ୟ ଅନୁରାଗୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.