lika

ଜଳ ସେଚନର ସ୍ଥାୟୀ ସମାଧାନ ପାଇଁ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଉଦେପୁର, କୁମୁଡ଼ା, କେନ୍ଦୁମୁଣ୍ଡି ଗ୍ରାମର ଚାଷୀ

gbag

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସିହିନି ଗ୍ରାମ ପଞ୍ଚାୟତର କୁମୁଡ଼ା, ଉଦେପୁର, ଘୋଡାର, ଲଇତରା ଓ ଅତର୍ଲା ଗ୍ରାମର ଚାଷୀ ସମୂହ ଦୀର୍ଘ ୨୦ ବର୍ଷରୁ ଅଧିକ ହେବ କେନାଲ ଥାଇ ମଧ୍ୟ ଜଳ ସେଚନର ସୁଫଳ ପାଇ ନପାରିବାରୁ ଏହାର ସମାଧାନ କରିବା ପାଇଁ ସମସ୍ତ ଚାଷୀ ସମୂହ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ନିକଟକୁ ଆସିଥିଲେ । ତେବେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହାୟକ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରକାରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରି ଅତି ଶୀଘ୍ର ସମାଧାନ ନକଲେ ଆମେ ଚାଷ ନକରିପାରିଲେ ବାଧ୍ୟ ହୋଇ ଦାଦନ ଖଟିବାକୁ ଯିବୁ ବୋଲି କ୍ଷୋଭ ପ୍ରକାଶ କରିଥିଲେ । ତା’ ସହିତ ମୋହନ ମାଝୀଙ୍କ ନୂତନ ସରକାର ଆମର ଏହି ସମସ୍ୟାର ସମାଧାନ କରିବେ ବୋଲି ଆଶା ବାନ୍ଧିଛୁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ସିହିନି ସରପଞ୍ଚ ତଥା ସରପଞ୍ଚ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ବୀରବର ସାହୁ, କେନ୍ଦୁମୁଣ୍ଡି ଗ୍ରାମର ସୁଶାନ୍ତ ସାହୁ, ପବିତ୍ର ବନଛୋର, ବନମାଳୀ ଚନ୍ଦନ, କୁଳମଣୀ ମାଝୀ, ସୁଦର୍ଶନ ମାଝୀ, ଭୁବନେ ଚନ୍ଦନ, ଖଗେଶ୍ୱର ଜାନି, ରାଜୁ ବନଛୋର, ପଞ୍ଚା ବଗର୍ତ୍ତିଙ୍କ ସମେତ ବହୁତ ଚାଷୀ ସାମିଲ ଥିଲେ ।

babaa
Leave A Reply

Your email address will not be published.