centurian jitm

ଦୁଇ ଚାକିରିଆ ପୁଅଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ବୃଦ୍ଧ ବାପା

nschool
  • ଜମି ପାଇଁ ଖାଇବାରେ ବିଷ ମିଶାଇଲେ : ଅଳ୍ପକେ ବର୍ତ୍ତିଲେ ବୃଦ୍ଧ ବାପା

ବରଗଡ଼, (ନିରୋଜ କୁମାର ପାଣୀ) : କଳିଯୁଗର କୁଳାଙ୍ଗାର ପୁଅର ମାଡ଼ ଆଉ ଅତ୍ୟାଚାରରୁ ସୁରକ୍ଷା ପାଇଁ ବୃଦ୍ଧ ବାପାଙ୍କ ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ । ପୁଅ ଜନ୍ମ ହେବା ପରେ ପୁଅକୁ ନେଇ ଦେଖିଥିଲେ ଅନେକ ସ୍ୱପ୍ନ । ସବୁ ବାପା ମାଁଙ୍କ ଭଳି ନିଜ ବୃଦ୍ଧକାଳରେ ପୁତ୍ରସେବା ପାଇବାକୁ ଆଶା ରଖିଥିଲେ ଏହି ବୃଦ୍ଧ ବାପା ମାଁ । ହେଲେ ବଡ଼ ହୋଇ ବାପା ମା’ଙ୍କୁ ନୃଶଂସ ଭଳି ମାଡ ମାରୁଛନ୍ତି ଦୁଇ ଚାକିରିଆ ପୁଅ । ଅତ୍ୟାଚାର ସହିନପାରି ମାଁ ଆଖିବୁଜି ଥିବା ବେଳେ ବୟସର ଅପରାହ୍ନରେ ପୁଅର ଅତ୍ୟାଚାର ବିଷୟରେ ଅଭିଯୋଗ କରିବା ପାଇଁ ଗୋଟିଏ କାର୍ଯ୍ୟାଳୟରୁ ଆଉ ଗୋଟେ କାର୍ଯ୍ୟାଳୟଙ୍କୁ ଯାଇ ଧଇଁସଇଁ ହେଉଛନ୍ତି ବୃଦ୍ଧ ବାପା । ସୂଚନା ଅନୁଯାୟୀ ବରଗଡ଼ ସିବାନନ୍ଦ ନଗରରେ ବସବାସ କରୁଥିବା ନବୀନ ମହାପାତ୍ର (୮୨) ତାଙ୍କର ଦୁଇ ସରକାରୀ ଚାକିରିଆ ପୁଅ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବଡ ପୁଅ ରମାକାନ୍ତ ମହାପାତ୍ର ବରଗଡ଼ ପୋଲିସ ୱାର୍ଲେସ ବିଭାଗରେ ଚାକିରି କରୁଥିବା ବେଳେ ସାନ ପୁଅ ଉମାକାନ୍ତ ମହାପାତ୍ର ବରଗଡ଼ ହାଟପଦା ସ୍ଥିତ ସରକାରୀ ପ୍ରାଇମେରୀ ବିଦ୍ୟାଳୟରେ ଶିକ୍ଷକ ଭାବରେ ଚାକିରି କରୁଛନ୍ତି ଦୁଇ ପୁଅ ଜମିବାଡ଼ି ଟିକକ ପାଇବା ପାଇଁ ବୃଦ୍ଧଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେବା ସହିତ ମାଡ଼ ମାରି ଘରୁ ତଡି ଦେଇଛନ୍ତି ଏପରିକି ଖାଇବାରେ ବିଷ ମିଶାଇବା ସହିତ ବାପାଙ୍କ ନାମରେ କୋର୍ଟରେ କେଶ ଦାୟର କରାଇଛନ୍ତି । ଆଜି ବୟସର ଅପରାହ୍ନରେ ୮୨ ବର୍ଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୋ ଭୋ ହୋଇ କାନ୍ଦୁଥିବା ଦେଖି ଆମେ ତାଙ୍କର ଅସୁବିଧା ସମ୍ପର୍କରେ ବୁଝିଥିଲୁ ଓ ଜନ୍ମ କଲା ପୁଅ ମାନଙ୍କ ଅତ୍ୟାଚାର ବିଷୟରେ କହିଲା ବେଳକୁ ତାଙ୍କର ଆଖିରୁ ପାଣି ଥପ ଥପ ହୋଇ ଗଡି ଯାଉଥିଲା । ନବୀନ ବାବୁ ଜଣେ ଅବସର ପ୍ରାପ୍ତ ଶିକ୍ଷକ ଅଟନ୍ତି । ତାଙ୍କର ଦୁଇ ପୁଅ ସାଙ୍ଗକୁ ଦୁଇ ଝିଅ ଓ ସ୍ତ୍ରୀଙ୍କୁ ନେଇ ତାଙ୍କର ଛୋଟିଆ ପରିବାର ହେଲେ ଗତ ଏକ ବର୍ଷ ପୂର୍ବରୁ ବଡ଼ ଝିଅଙ୍କ ମୃତ୍ୟୁବରଣ ହୋଇଥିବା ବେଳେ ପକ୍ଷ୍ୟାଘାତ ରୋଗର ଶିକାର ହୋଇ ସ୍ତ୍ରୀ ମଧ୍ୟ ଅରପାରିକୁ ଚାଲିଗଲେ । ସ୍ତ୍ରୀ ଜୀବିତ ଥିବା ବେଳେ ତାଙ୍କର ଚିକିତ୍ସା ବାବଦକୁ କିଛି ବୁଝୁନଥିବା ଦୁଇ ଚାକିରିଆ ପୁଅ ଏବେ ୮୨ ବର୍ଷର ବୃଦ୍ଧ ବାପାଙ୍କୁ ମଧ୍ୟ ଅକଥନୀୟ ଅତ୍ୟାଚାର କରୁଛନ୍ତି । ଚାକିରି ଜୀବନରେ ଯାହା କିଛି ସମ୍ପତି ଅର୍ଜନ କରିଥିଲେ ସବୁତକ ଦୁଇ ପୁଅ ମଧ୍ୟରେ ସମ ପରିମାଣରେ ବଣ୍ଟନ କରିଦେଇଛନ୍ତି ବଳକା ଏକ ଖଣ୍ଡ ଜମିକୁ ନିଜ ସାନ ଝିଅ ନାମରେ ରେଜିଷ୍ଟ୍ରି କରିବାରୁ ଦୁଇ ପୁଅଙ୍କ ହଜମ ହୋଇନଥିଲା । ବୃଦ୍ଧ ବାପାଙ୍କୁ ହଇରାଣ କରିବା ସହିତ ମାଡ଼ ମାରିବା, ସ୍କୁଟର ତେଲ ଟାଙ୍କିରେ ଚିନି ବା ପୁଡା ମୋବିଲ ମିଶାଇଦେବା, ବୃଦ୍ଧ ବାପା ଦେଖୁଥିବା ଟେଲିଭିଜନକୁ ଭାଙ୍ଗିଦେବା, ତାଙ୍କର ଶ୍ରବଣ ଯନ୍ତ୍ରକୁ ନଷ୍ଟ କରିଦେବା ସହିତ ଶେଷରେ ଖାଇବାରେ ବିଷ ମିଶାଇ ମାରିଦେବାକୁ ଉଭୟ ପୁଅ ଉଦ୍ୟମ କରିଥିଲେ ଯାହା ଫଳରେ ସେ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଜୀବନ ଯୁଦ୍ଧରୁ ଅଳ୍ପକେ ବର୍ତ୍ତିବା ପରେ ବର୍ତ୍ତମାନ ନ୍ୟାୟ ପାଇବା ଉଦ୍ଧେଶ୍ୟରେ ନବୀନ ବାର ଦ୍ୱାର ଶୁଣ୍ଢି ପିଣ୍ଡ। ସାଜିଛନ୍ତି । ବଡ଼ ପୁଅ ରମାକାନ୍ତ ପୋଲିସ ବିଭାଗରେ ଚାକିରି କରୁଥିବାରୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ ବାବୁ ଅଭିଯୋଗ ଗ୍ରହଣ କରୁନାହାନ୍ତି ଅନ୍ୟପଟେ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ରାଷ୍ଟ୍ରପତି ଯାଏ ଡାକ ମାଧ୍ୟମରେ ଅଭିଯୋଗ ପତ୍ର ପଠାଇ ଏକ ପ୍ରକାର ନିରାଶ ହେବା ସହିତ ସରକାରଙ୍କ ନ୍ୟାୟ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବୃଦ୍ଧ ବାପା ମା’ଙ୍କୁ ନିର୍ଯ୍ୟାତନା ଦେଲେ ବା ଘରୁ ବିତାଡିତ କଲେ ପୁଅ ବହୁଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉଚ୍ଚ ନ୍ୟାୟାଳୟ ଘୋଷଣା କରିଥିଲେ ମଧ୍ୟ ବରଗଡ଼ ଜିଲ୍ଲା ପ୍ରଶାସନ ସ୍ତରରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏ ବାବଦକୁ ତାଙ୍କ ସାନ ପୁଅ ଉମାକାନ୍ତଙ୍କ ସହିତ ଆଲୋଚନା କରିବାରୁ ସବୁ ତଥ୍ୟ ମିଥ୍ୟା ତଥା ଭିତ୍ତିହୀନ ବୋଲି କହିଛନ୍ତି ।

Leave A Reply

Your email address will not be published.

error: Content is protected !!