ଇକୋ ପ୍ରୋଟେକ୍ଟ ଫାଉଣ୍ଡେସନ ତରଫରୁ ସଫେଇ ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସାରା ଭାରତରେ ସ୍ୱଚ୍ଛତାକୁ ନେଇ ସରକାର ଠାରୁ ଜନତା ସମସ୍ତେ ଅଣ୍ଟା ଭିଡୁଥିବା ବେଳେ ପ୍ରକୃତି ଓ ପ୍ରାକୃତିକ ପରିବେଶକୁ ପ୍ରଦୂଷଣ ମୁକ୍ତ ଓ ତୀର୍ଥ ସ୍ଥଳିମାନଙ୍କୁ ସ୍ୱଚ୍ଛ ଓ ସୁନ୍ଦର କରି ପର୍ଯ୍ୟଟକମାନଙ୍କୁ ମଧ୍ୟ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ କରୁଛି ଇକୋ ପ୍ରୋଟେକ୍ଟ ଫାଉଣ୍ଡେସନ । ତେବେ ପ୍ରତି ମାସରେ ବିଭିନ୍ନ ଅଞ୍ଚଳରେ ଥିବା ତୀର୍ଥ ସ୍ଥଳିମାନଙ୍କୁ ଯାଇ ନିଜର ସଦସ୍ୟମାନଙ୍କ ସହାୟତାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଚଳାଇବା ସହ ଲୋକଙ୍କୁ ସ୍ଥଳିକୁ ପ୍ଲାଷ୍ଟିକ ଓ ପ୍ରଦୂଷଣ ମୁକ୍ତ କରିବା ପାଇଁ ସଚେତନ କରୁଛନ୍ତି । ଏ ନେଇ ଆଜି ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ପଦ୍ମପୁର ପାଇକମାଲ ସ୍ଥିତ ଗନ୍ଧମାର୍ଦ୍ଧନ ପର୍ବତ ପାଦ ଦେଶରେ ନୃସିଂହନାଥ ପୀଠକୁ ସ୍ୱଚ୍ଛ କରିବା ସହ ଡଷ୍ଟବିନ ଲଗାଇଥିଲେ । ତେବେ ଏହି ପ୍ରାକୃତିକ ପରିବେଶ ଓ ମୁଖ୍ୟତଃ ମନ୍ଦିର ପରିସର ଓ ଝରଣାକୁ ପର୍ଯ୍ୟଟକ କିପରି ସ୍ୱଚ୍ଛ ରଖିବେ ଯାହା ଦ୍ୱାରା ଜଙ୍ଗଲରେ ରହିଥିବା ବୋହୁ ପ୍ରାଣୀ ପକ୍ଷୀ ଓ ବନସ୍ପତି ପ୍ରଦୂଷଣ ଯୋଗୁଁ ନଷ୍ଟ ନହେବେ ସେନେଇ ଏହି ଅଞ୍ଚଳକୁ ପୂର୍ଣ୍ଣତଃ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଦାବି ମଧ୍ୟ କରିଛନ୍ତି ଇକୋ ପ୍ରୋଟେକ୍ଟ ଫାଉଣ୍ଡେସନର ସଦସ୍ୟ । ତେବେ ଦେଖିବା କଥା ଫାଉଣ୍ଡେସନର ଏହି ପ୍ରୟାସ କେବେ ସଫଳ ହେଉଛି ଏବଂ ଏହି ଅଞ୍ଚଳକୁ ସରକାର ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ ଭାବରେ ଘୋଷଣା କରୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.