ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ସ୍ତ୍ରୀ ମୃତ : ସ୍ୱାମୀ ଗୁରୁତର

  • ମୃତ୍ୟୁ ପରେ ଚକ୍ଷୁ ଦାନ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସୋହେଲା ଜାତୀୟ ରାଜପଥ ବିଶିପାଲି ପେଟ୍ରୋଲପମ୍ପ ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର । ସୂଚନା ଅନୁସାରେ, ଆଜି ଶନିବାର ସକାଳ ପ୍ରାୟ ୧୦ଟା ସମୟରେ ବରଗଡ଼ ପଟୁ ସୋହେଲା ଯାଉଥିବା ଓଡି୧୭ଏମ୍‌୧୫୫୧ ନମ୍ବର ବିସିଷ୍ଟ ଏକ ନୀଳ ରଙ୍ଗର କାର୍‌ ଓଡି୧୭ଏମ୍‌୭୨୦୨ ନମ୍ବର ଥିବା ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ପଡିରହିଥିବା ଗୁରୁତର ବାଇକ୍‌ ଅରୋହି ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ବରଗଡ଼ ସଦର ଚିକିତ୍ସାଲୟକୁ ଅଣାଯାଇଥିଲା ଏଠାରେ ବିଭାଗୀୟ ଡାକ୍ତର ସ୍ତ୍ରୀ ପ୍ରମିଳାଙ୍କୁ ମୃତ ଘୋଷଣା କରିଥିବା ବେଳେ ସ୍ୱାମୀ ଅଗସ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୀମସାର ବୁର୍ଲାଙ୍କୁ ସ୍ଥାନାନ୍ତରିତ କରିଥିଲେ ମାତ୍ର ପରିବାର ଲୋକେ ତାଙ୍କୁ ଏକ ଘରୋଇ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇଥିଲେ ମୃତକ ପରିବାର ବରଗଡ଼ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ହୋଇଥିବା ବେଳେ ବରିଷ୍ଠ ଆଇନଜୀବୀ ଲିପ୍ସିତ ମିଶ୍ର ଚିକିତ୍ସାଳୟକୁ ପହଞ୍ଚି ମୃତକ ପରିବାରକୁ ସାହାଯ୍ୟ କରିଥିଲେ । ଠିକ୍‌ ସେହିପରି ମୃତ୍ୟବରଣ କରିଥିବା ସ୍ତ୍ରୀ ପ୍ରମିଳା ଧରୁଆଙ୍କ ଚକ୍ଷୁ ଦାନ ପାଇଁ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ବିକାଶ ଅଗ୍ରୱାଲ ତାଙ୍କ ପୁଅ ଭାସ୍କର ଧରୁଆଙ୍କ ସହିତ ଆଲୋଚନା କରିଥିଲେ ଓ ତାଙ୍କର ସହମତିରେ ଦୃଷ୍ଟିଦାନ ଚକ୍ଷୁ ବିଭାଗର କର୍ମଚାରୀ ସୁନୀଲ ସାଙ୍କ ସାହାଯ୍ୟରେ ମୃତ ପ୍ରମିଲାଙ୍କ ଚକ୍ଷୁ ସଫଳତାର ସହିତ ସଂଗ୍ରହ କରାଯାଇଥିଲା ଯାହା ଫଳରେ ୨ ଜଣ ଚକ୍ଷୁହୀନ ବ୍ୟକ୍ତି ଦୃଷ୍ଟି ଶକ୍ତି ଫେରି ପାରିବେ । ଆଜିର ଦୁର୍ଘଟଣାରେ ମୃତ ପରିବାର ପାଇଁ ସାଧାରଣରେ ଲୋକେ ଦୁଃଖ ପ୍ରକାଶ କରିଥିବା ବେଳେ ପ୍ରମିଳାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଚକ୍ଷୁ ଦାନ କରାଇଥିବାରୁ ସବୁ ମହଲରେ ଲୋକେ ପ୍ରସଂଶା କରିଛନ୍ତି ।

Leave A Reply

Your email address will not be published.